ଝାରସୁଗୁଡ଼ା: ଘରକୁ ଫେରିଲେ 'କେ' ପପ ଗ୍ରୁପର ଓଡ଼ିଆ ଝିଅ ଶ୍ରେୟା ଲେଙ୍କା । ଓଡ଼ିଆ ଝିଅ ଶ୍ରେୟା କେ ପପ(କୋରିଆନ ପପ ସଙ୍ଗୀତ) ଗ୍ରୁପରେ ସାମିଲ ହୋଇଛନ୍ତି । ଏହି ସୁଯୋଗ ପାଇବାରେ ଓଡ଼ିଆ ଝିଅ ଶ୍ରେୟା ହେଉଛନ୍ତି ଦେଶର ପ୍ରଥମ । ରାଉରକେଲାର 18 ବର୍ଷୀୟ ଝିଅ ଶ୍ରେୟା ଲେଙ୍କା । କୋରିଆର ପପ ବ୍ୟାଣ୍ଡ ସଦସ୍ୟ ହେବା ପାଇଁ ସିଓଲରେ ଟ୍ରେନିଂ ପାଇଁ ମନୋନୀତ ହୋଇଛନ୍ତି ।
ଗତକାଲି(ଶୁକ୍ରବାର) ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ଶ୍ରେୟା । ପ୍ରାୟ 4 ହଜାର ପ୍ରତିଯୋଗୀତାଙ୍କୁ ପଛରେ ପକାଇ ସେ ଏହି ସଫଳତା ଅର୍ଜନ କରିଛନ୍ତି । ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ କୋରିଆ ପପ ସଙ୍ଗୀତକୁ ନେଇ କ୍ରେଜ ବଢ଼ିବାରେ ଲାଗୁଛି । ଏନେଇ ଶ୍ରେୟା ଲେଙ୍କା କୁହନ୍ତି, '2020 ମସିହାରେ କେ ପପ ଗ୍ରୁପରେ ଅଡିସନ ପାଇଁ ଆବେଦନ କରିଥିଲେ । ଏହା ପୂର୍ବରୁ ୟୁଟୁବ ଦେଖିବା ସହ ଅନେକ ଭିଡିଓ ମଧ୍ୟ ଦେଖିଥିଲି । ଓଡିଶାକୁ 7 ମାସ ପରେ ଫେରିଥିବାରୁ ବହୁତ ଖୁସି ଲାଗୁଛି । ଆଗକୁ ନୂଆ ନୂଆ ଗୀତ ଆସୁଛି । ଯେଉଁମାନେ ଏଥିରେ ଯିବା ପାଇଁ ଚାହୁଁଛନ୍ତି ସେମାନେ ନିଜର ସ୍ଵପ୍ନକୁ ପୂରଣ କରିବା ପାଇଁ ପ୍ରୟାସ କରନ୍ତୁ ଏବଂ ନିଜକୁ ନିଜ ଉପରେ ବିଶ୍ୱାସ କରିବା ସହ କଠିନ ପରିଶ୍ରମ କରନ୍ତୁ । ବିଫଳତା ପରେ ସଫଳତା ସୁନିଶ୍ଚିତ ବୋଲି କହିଛନ୍ତି ଶ୍ରେୟା ଲେଙ୍କା ।'
ଇଟିଭି ଭାରତ, ଝାରସୁଗୁଡା