ETV Bharat / state

ଶିଶୁ ବିକ୍ରି ଉଦ୍ୟମ ବେଳେ CWC କଲା ଉଦ୍ଧାର - GOVT

ଝାରସୁଗୁଡା ଜିଲ୍ଲାରେ ଶିଶୁବିକ୍ରୀ ଉଦ୍ୟମ ହେଉଥିବା ନେଇ ଆସିଛି ଅଭିଯୋଗ । ଆଉ ଠିକ ସମୟରେ ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ଏହି ଉଦ୍ୟମକୁ ପଣ୍ଡ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Mar 28, 2019, 9:12 PM IST

ଝାରସୁଗୁଡା: ସରକାରଙ୍କ ବିଭିନ୍ନ ଯୋଜନା, ଚାଇଲ୍ଡ ଲାଇନର ଅନେକ ସଚେତନତା ସତ୍ତ୍ବେ ରାଜ୍ୟରେ ବାରମ୍ବାର ଆସୁଛି ଶିଶୁବିକ୍ରୀ ଅଭିଯୋଗ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ସହରର ଏକାତାଲିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନା ଅନୁସାରେ ଏକାତାଲିରେ ରହୁଥିବାଦମ୍ପତିଙ୍କଗତକାଲି ଜିଲ୍ଲା ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପରେ ଶିଶୁପୁତ୍ରକୁ ଧରି ଦମ୍ପତି ଘରକୁ ଫେରିଥିଲେ ଏବଂ ଶିଶୁଟିକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ଯୋଜନା ଅନୁସାରେ ଛତିଶଗଡର ସନ୍ତୋଷ ରଜକ ନାମକ ଜଣେ ବ୍ୟକ୍ତିଙ୍କୁ ସେ ପିଲା ବିକ୍ରି କରିଥାନ୍ତେ। ଏଥିପାଇଁ ଆବଶ୍ୟକ କଥାବାର୍ତ୍ତା ପୂର୍ବରୁ ସରିଥିଲା ଓ ସନ୍ତୋଷ ରଜକ ମଧ୍ୟ ଯୋଜନା ମୁତାବକ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତେବେ ଜିଲ୍ଲା ଚାଇଲ୍ଡ ଲାଇନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଜଣାଇଥିଲା। କିନ୍ତୁ ବିକ୍ରି କଥାକୁ ଶିଶୁପୁତ୍ରର ପିତା ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ ପରିବାରରେ ଆର୍ଥିକ ଅନଟନ ଥିବାବେଳେ ତାଙ୍କର ପୂର୍ବରୁ ଗୋଟିଏ 14 ମାସର ଶିଶୁ ପୁତ୍ର ଅଛି, ତେଣୁ ଲାଳନ ପାଳନରେ ଅସମର୍ଥ ପାଇଁ ଶିଶୁଟିକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟ ପରିବାର ଶିଶୁବିକ୍ରିକୁ ଖଣ୍ଡନ କରିଛନ୍ତି ।

ଜିଲ୍ଲା ଚାଇଲ୍ଡ ଲାଇନ ଓ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ସିଡବ୍ଲୁସି ସଦସ୍ୟ କହିଛନ୍ତି ଶିଶୁଟିକୁ ସିଡବ୍ଲୁସିରେ ଉପସ୍ଥାନ କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

all party candidate file their nomination from kandhamal district.

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.