ETV Bharat / state

Naba Das Murder Case: ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଲା ଶୁଣାଣି - naba das murder update

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ଯାକାଣ୍ଡ ମାମଲାର ଶୁଣାଣି ଆସନ୍ତା ୨ ତାରିଖରେ ହେବାକୁ ଥିଲା । କିନ୍ତୁ ମାଜିଷ୍ଟ୍ରେଟ ଅନୁପସ୍ଥିତ ଥିବା କାରଣରୁ ଶୁଣାଣି ତାରିଖରେ ପରିବର୍ତ୍ତନ କରାଯାଇଛି। ଅଧିକ ପଢନ୍ତୁ

Naba Das Murder Case
Naba Das Murder Case
author img

By

Published : Aug 21, 2023, 3:41 PM IST

Naba Das Murder Case

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ଯାକାଣ୍ଡ ମାମଲା । ମାଜିଷ୍ଟ୍ରେଟ୍‌ଙ୍କ ଅନୁପସ୍ଥିତି ଯୋଗୁଁ ସେପ୍ଟେମ୍ବର-୨ ତାରିଖକୁ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି । ଗତ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ନବଦାସଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର ।

ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ଦାଖଲ ହୋଇସାରିଛି । ଗତ ୯ ତାରିଖରେ ଗୋପାଳର ଶୁଣାଣି ହେବାର ଥିଲା । ହେଲେ ଏହା ପୂର୍ବରୁ ତାଙ୍କ ଓକିଲ ନରେଶ ନାଏକ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । ଯେହେତୁ ଡିସଚାର୍ଜ ପିଟିସନ ଦାଖଲ ହୋଇଥିଲା, ସେଥିଲାଗି ଚାର୍ଜ ଫ୍ରେମ୍ ହୋଇ ପାରିଲା ନାହିଁ । ତେଣୁ ଗୋପାଳଙ୍କ ଓକିଲ ଶୁଣାଣି ପାଇଁ ଆଉ ଏକ ତାରିଖ ଆବେଦନ କରିଥିଲେ। ଯେଉଁଥିରେ ମାଜିଷ୍ଟ୍ରେଟ ତାଙ୍କୁ ୨୧/୦୮/୨୦୨୩ ଅର୍ଥାତ ଆଜିର ଦିନକୁ ପରବର୍ତ୍ତୀ ତାରିଖ ରୂପେ ଧାର୍ଯ୍ୟ କରିଥିଲେ । ହେଲେ ମାଜିଷ୍ଟ୍ରେଟ୍‌ଙ୍କ ଅନୁପସ୍ଥିତି ଯୋଗୁଁ ଆଜିର ଶୁଣାଣି ମଧ୍ୟ ହୋଇପାରିନାହିଁ । ଯାହା ଫଳରେ ଆସନ୍ତା ମାସ ସେପ୍ଟେମ୍ବର ୨ ତାରିଖକୁ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି ।

ଏହା ବି ପଢନ୍ତୁ...Naba Das Murder Case: ଗୋପାଳର ଓକିଲ କହିଲେ ଦରକାର ପଡ଼ିଲେ ସୁପ୍ରିମକୋର୍ଟ୍‌ ଯିବୁ

ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗତ ୯ ତାରିଖରେ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାରୁ ଗୋପାଳକୁ ମୁକ୍ତ କରିବାକୁ ଓକିଲ ପିଟିସନ୍‌ ଦାଖଲ କରିଥିଲେ । ଏହି ପିଟିସନ୍‌ ଯୋଗୁଁ ଗୋପାଳ ବିରୋଧରେ ଆଜି ଭିଡ଼ିଓ କନ୍ଫରେସିଂରେ ହେବାକୁ ଡିସ୍‌ଚାର୍ଜ‌ ଫ୍ରେମ୍‌ କୌଣସି କାରଣ ବଶତଃ ହୋଇପାରିନାହିଁ । ଏନେଇ ଆସନ୍ତା ୨ ତାରିଖରେ ଏହାର ଶୁଣାଣି ହେବ ବୋଲି ଡ଼ିଫେନ୍ସ କାଉନ୍ସିଲ ସୂଚନା ଦେଇଛନ୍ତି ।

ତେବେ ଗୋପାଳଙ୍କ ଓକିଲ ନରେଶ ନାଏକଙ୍କ କହିଛନ୍ତି, "ଗୋପାଳ ନିର୍ଦ୍ଦୋଷ ଅଟେ । ସେ ମାନସିକ ରୋଗରେ ପୀଡ଼ିତ ଥିବାରୁ ଏଭଳି କାଣ୍ଡ ଘଟାଇଛି । ବର୍ତ୍ତମାନ ମଧ୍ୟ ଗୋପାଳର ମାନସିକ ଅବସ୍ଥା ଠିକ ନଥିବା ଯୋଗୁଁ ତାକୁ ଡାକ୍ତର ଔଷଧ ଦେଉଛନ୍ତି । ତେଣୁ ଗୋପାଳକୁ ନିର୍ଦ୍ଦୋଷରେ ଖଲାସ କରାଯାଉ ।" ସେପଟେ ପୂର୍ବରୁ ଆବଶ୍ୟକ ପଡିଲେ ଆମେ ସୁପ୍ରିମକୋର୍ଟ ମଧ୍ୟ ଯିବୁ ବୋଲି କହିଥିଲେ ଓକିଲ ମହେଶ ଜେନା।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.