ETV Bharat / state

ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ - ଝାରସୁଗୁଡ଼ାରେ ପାଳିତ ହେଲା ମହରମ ପର୍ବ

ଆଜି ମହରମ । ଚାରିଆଡ଼େ ନିରାଡମ୍ବର ଭାବେ ପାଳନ ହେଉଛି ମହରମ ପର୍ବ । ଅଧିକ ପଢ଼ନ୍ତୁ

ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ
ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ
author img

By

Published : Aug 9, 2022, 7:15 PM IST

Updated : Aug 9, 2022, 10:54 PM IST

ଝାରସୁଗୁଡ଼ା : ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ । ରମଜାନ ପରେ ମୁସଲିମ ସମ୍ପ୍ରଦାୟର ଏହା ଦ୍ବିତୀୟ ପବିତ୍ର ମାସ । ଦେଶର ପ୍ରାୟ ସବୁ ମୁସଲିମ ସମ୍ପ୍ରଦାୟ ସ୍ଥାନରେ ଏହି ପର୍ବ ବେଶ ଧୁମଧାମରେ ପାଳନ ହୋଇଥାଏ । ଏହି କ୍ରମରେ ଆଜି ଝାରସୁଗୁଡ଼ା ସହରର ହଟଲିପଡ଼ା ଠାରେ ପାଳିତ ହୋଇଯାଇଛି ମହରମ ।

ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ

ମୁସଲିମ ଧର୍ମର ଲୋକମାନେ ସକାଳେ ପ୍ରଥମେ ସ୍ଥାନୀୟ ମସଜିଦ ଠାରେ ପ୍ରାର୍ଥନା କରି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଶୋଭାଯାତ୍ରାକାରୀ ସ୍ଥାନୀୟ ମଙ୍ଗଳବଜାର ପରିକ୍ରମା କରିଥିଲେ । ପିଲାଠୁ ନେଇ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ଶୋଭଯାତ୍ରାରେ ସାମିଲ ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରେ ଜଣେ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ମହରମ ପର୍ବ ପାଳନ ସଂପର୍କରେ କହିଛନ୍ତି । ଶୋଭାଯାତ୍ରା ବେଳେ ମୁସଲିମ ସମ୍ପ୍ରଦାୟର ଲୋକମାନେ ନିଜ ଦେହକୁ କ୍ଷତାକ୍ତ କରି ପ୍ରୋଫେଟ ମହମ୍ମଦଙ୍କ ନାତି ଇମାମ ହୁସେନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥାନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Aug 9, 2022, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.