ETV Bharat / state

ରାତି ପାହିଲେ ଝାରସୁଗୁଡ଼ାରେ ପଡ଼ିବ ଭୋଟ, କିଏ ଜିତିବ ଜନତାଙ୍କ ବିଶ୍ବାସ ? - ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାତି ପାହିଲେ ପଡ଼ିବ ଭୋଟ । ଏନେଇ ହାଇ ପ୍ରୋଫାଇଲ ପ୍ରଚାର ଶେଷ ହୋଇଥିବା ବେଳେ ଗଡ଼ ଜିତିବା ପାଇଁ ତିନି ଦଳ ଆଶାବାଦୀ ରହିଛନ୍ତି । ତେବେ ଯିଏ ବିକାଶ କରିବା ତାକୁ ଭୋଟ ଦେବେ ବୋଲି କହିଛନ୍ତି ଜନତା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଉପନିର୍ବାଚନ
ଝାରସୁଗୁଡ଼ା ଉପନିର୍ବାଚନ
author img

By

Published : May 9, 2023, 9:49 PM IST

ଝାରସୁଗୁଡ଼ା ଉପନିର୍ବାଚନ

ଭୁବନେଶ୍ବର/ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଶେଷ ହୋଇଛି ହାଇ ପ୍ରୋଫାଇଲ ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ପାଇଁ ଭୋଟ ମାଗିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ରୋଡ ସୋ ଓ ସଭା କରି ଭୋଟ ମାଗିଛନ୍ତି । ତରୁଣ ପାଣ୍ଡେ ମଧ୍ୟ ଦଳର ତୁଙ୍ଗ ନେତାଙ୍କ ସହିତ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି । ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ତିନି ଦଳର ନେତା । ଏବେ ଭୋଟରଙ୍କ ମୁଡ କଣ ? କାହାକୁ ଝାରସୁଗୁଡ଼ାର ନେତା ଭାବେ ମୋହର ମାରିବେ ଝାରସୁଗୁଡ଼ାର ଜନତା ?

ଯିଏ ବିକାଶ କରିବ, ତାକୁ ବାଛିବ ଝାରସୁଗୁଡ଼ା: ଭୋଟରଙ୍କ କହିବା କଥା ହେଲା ପ୍ରତି ୫ ବର୍ଷରେ ନେତା ଆସିବେ, ପ୍ରତିଶ୍ରୁତି ଦେବେ । କିନ୍ତୁ ଯିଏ ଝାରସୁଗୁଡ଼ାର ବିକାଶ ପାଇଁ କାମ କରିବ, ତାକୁ ଭୋଟ ଦିଆଯିବ । ସ୍ବାସ୍ଥ୍ୟସେବା, ରାସ୍ତାଘାଟ, ସରକାରୀ କଲେଜକୁ ମାନ୍ୟତା, ପାନୀୟ ଜଳ ସମସ୍ୟା ଆଦି ପ୍ରସଙ୍ଗରେ ଯିଏ ଆଗେଇ ଆସିବ, ତାକୁ ଭୋଟ ଦେବେ ଝାରସୁଗୁଡ଼ାବାସୀ । ସ୍ଥାନୀୟ ବାସିନ୍ଦାଙ୍କ ଶିଳ୍ପରେ ନିଯୁକ୍ତି ମଧ୍ୟ ମୁଖ୍ୟ ପ୍ରସଙ୍ଗ ହୋଇଛି । ବିକାଶର ମନ୍ତ୍ର ଯିଏ ଫୁଙ୍କିବ, ସିଏ ନିର୍ବାଚିତ ହେବ । ରାତି ପାହିଲେ ପଡ଼ିବ ଭୋଟ । ତେବେ ଝାରସୁଗୁଡ଼ାବାସୀ କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି, ତାହା ଆସନ୍ତା ୧୩ ତାରିଖରେ ଜଣାପଡ଼ିବ ।

ଗଡ଼ ଜିତିବା ପାଇଁ ତିନି ଦଳ ଆଶାବାଦୀ: ସେପଟେ ତିନି ଦଳର ନେତା ଓ କର୍ମୀ ମଧ୍ୟ ଗଡ଼ ଜିତିବା ପାଇଁ ଆଶାବାଦୀ ରହିଛନ୍ତି । ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର କହିଛନ୍ତି, "କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପ୍ରତି ଜନ ସମର୍ଥନ ରହିଛି । ପ୍ରଚାର ବେଳେ ଲୋକେ ସ୍ବତଃପ୍ରବୃତ୍ତ ଭାବେ ଜନ ସମର୍ଥନ ଯୋଗାଇଛନ୍ତି । ତେଣୁ କଂଗ୍ରେସ ଜିତିବ ବୋଲି ଆମେ ଆଶାବାଦୀ ।" ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି, "୨୪ ବର୍ଷର ସରକାରରରେ ଝାରସୁଗୁଡ଼ା ପ୍ରତି ଅନ୍ୟାୟ ହୋଇଛି । ଲୋକେ ଏହାକୁ ହୃଦୟଙ୍ଗମ କରିଛନ୍ତି । ଏହି ଉପନିର୍ବାଚନ ହେଉଛି ଲୋକଙ୍କ ଲଢେଇ । ଝାରସୁଗୁଡାବାସୀ ଏହି ନିର୍ବାଚନ ଲଢୁଛନ୍ତି । ତେଣୁ ଲୋକେ ରାଜରାସ୍ତାକୁ ଓହ୍ଲାଇଲେଣି । ଠିକଣା ସମୟରେ ଠିକଣା ଜବାବ ଦେବେ ଜନତା ।" ବିଜେଡିର କହିବା କଥା ହେଲା, ନବୀନଙ୍କ ସଭାରେ ହଜାର ହଜାର ଲୋକ ଯୋଗଦେଇ ତାଙ୍କର ସମର୍ଥନ ଜଣାଇଛନ୍ତି । ନବୀନ ମଧ୍ୟ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ବିଜେଡି ନିଶ୍ଚିତ ଜିତିବ । ୭୦ରୁ ୮୦ ହଜାର ଭୋଟରେ ବିଜେଡି ଜିତିବ ବୋଲି ବିଜେଡି ନେତା ପିଣ୍ଟୁ ପାଢୀ କହିଛନ୍ତି ।

ହାଇ ପ୍ରୋଫାଇଲ ପ୍ରଚାର ଭିତରେ ଜନତାଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି ବିଭିନ୍ନ ଦଳର ନେତା । ଝାରସୁଗୁଡାବାସୀ କିନ୍ତୁ ଗୋଟିଏ କଥାରେ ଅଟଳ, ଯିଏ ବିକାଶ କରିବ ତାକୁ ଭୋଟ ଦିଆଯିବ । ଆସନ୍ତା ୧୦ ତାରିଖରେ ପଡିବ ଝାରସୁଗୁଡା ପାଇଁ ଭୋଟ । ୧୩ ତାରିଖରେ ସ୍ପଷ୍ଟ ହେବ ଜନତାଙ୍କ ଆସ୍ଥା ଜିତିବାରେ କିଏ ସକ୍ଷମ ହୋଇପାରିଛି । କାହା ଉପରେ ମୋହର ମାରୁଛନ୍ତି ଝାରସୁଗୁଡ଼ାବାସୀ ।

ଇଟିଭି ଭାରତ, ଭୁବନେଶ୍ବର/ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.