ETV Bharat / state

ମୋନିକା ଯୋଶୀ ମୃତ୍ୟୁ ମାମଲା: ମିଳିଲା ସିସିଟିଭି ଫୁଟେଜ୍, ବ୍ରଜରାଜନଗର ପୋଲିସକୁ କେସ୍ ହସ୍ତାନ୍ତର

author img

By

Published : Feb 18, 2021, 3:50 PM IST

ମୋନିକା ଯୋଶୀ ଅପମୃତ୍ୟୁ ମାମଲାକୁ ବ୍ରଜରାଜନଗର ପୋଲିସ ନିଜ ହାତକୁ ନେଇଛି । ଅଧିକ ପଢନ୍ତୁ...

ମିଲିଲା ସିସିଟିଭି ଫୁଟେଜ୍, ବ୍ରଜରାଜନଗର ପୋଲିସକୁ କେସ୍ ହସ୍ତାନ୍ତର

ଝାରସୁଗୁଡା: ମୋନିକା ଯୋଶୀ ଅପମୃତ୍ୟୁ ମାମଲାକୁ ବ୍ରଜରାଜନଗର ପୋଲିସ ନିଜ ହାତକୁ ନେଇଛି । ଗତ 10 ତାରିଖ ଇବ୍ ଷ୍ଟେସନ ପାଖରେ ବ୍ରଜରାଜନଗର କଲେଜ ଛାତ୍ରୀ ମୋନିକାଙ୍କର ମୃତଦେହ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା, ତେବେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରାଯାଇଥିଲେ ହେଁ ସପ୍ତାହକ ମଧ୍ୟରେ ବିଶେଷ ଅଗ୍ରଗତି ହୋଇପାରିନାହିଁ ।

ଅନ୍ୟପକ୍ଷେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ସହିତ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏମିତିରେ ମୋନିକାଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଥିବାରୁ ଗତ 13 ତାରିଖରେ ଅନୁଷ୍ଠିତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବ୍ରଜରାଜନଗର ପୋଲିସ ମାମଲା ନିଜ ହାତକୁ ନେଉ ବୋଲି ଦାବି ହୋଇଥିଲା । ବୁଧବାର ପରିବାର ଲୋକେ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରିବା ପରେ କେସ ନମ୍ବର ୪୭/୨୧ରେ ଆଇପିସି ଧାରା ୩୦୨/୩୬୪ ରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

ପ୍ରକାଶଥାଉକି, ଗତ 10 ତାରିଖ ବ୍ରଜରାଜନଗର କ୍ୟାମ୍ପସ ଛକରେ ରହୁଥିବା ମୋନିକା ଯୋଶୀଙ୍କ ମୃତଦେହ ଇବ୍ ଷ୍ଟେସନ ଅଳ୍ପ ଦୂରରେ ରେଳ ଧାରଣା କଡ଼ରୁ ମିଳିଥିଲା। ଘଟଣାର ୭ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏହି ମାମଲାର ତଦନ୍ତ ପାଇଁ ବୁଧବାର ରାଉଲକେଲା ଜିଆରପି ଏସପି ମୁକେଶ ଭାମୋ ଝାରସୁଗୁଡ଼ା ଗସ୍ତ କରିଥିଲେ। ମୋନିକାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ମୋନିକା ୧୦ ତାରିଖ ଦିନ ଦୁର୍ଗ-ରାଜେନ୍ଦ୍ରନଗର ଟ୍ରେନରେ ଚଢ଼ି ଝାରସୁଗୁଡା ଯାଇଥିବା ଜଣାପଡ଼ିଛି।

ତେବେ ସେ ଟ୍ରେନରୁ ପଡ଼ି ମୃତ୍ୟୁ ଘଟିଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବା ଜିଆର୍‌ପି ପୁଲିସ ପ୍ରକାଶ କରିଛି କିନ୍ତୁ ସେ କିଭଳି ଟ୍ରେନ୍‌ରୁ ତଳେ ପଡ଼ି ମୃତ୍ୟୁ ଘଟିଛି ତା’ର କାରଣ ସ୍ପଷ୍ଟ ହୋଇ ପାରିନାହିଁ। ଜିଆର୍‌ପି ମଧ୍ୟ ମୋନିକାଙ୍କ ମୃତ୍ୟୁ ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରିଛି। ବୁଧବାର ରାଉରକେଲାରୁ ଜିଆର୍‌ପି ଏସ୍‌ପି ଭାମୋ ଝାରସୁଗୁଡ଼ା ଜିଆରପି ଥାନାରେ ପହଞ୍ଚି ଏସଡ଼ିପିଓ ରମାକାନ୍ତ ସାହୁ, ଆଇଆଇସି ସୌଦାମିନୀ ନାଗ, ତଦନ୍ତକାରୀ ଅଧିକାରୀ ଜ୍ୟୋତ୍ସା ସେଠୀଙ୍କ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମୋନିକାଙ୍କ ବାପା, ମା’, ଭାଇଙ୍କୁ ଝାରସୁଗୁଡ଼ା ଡକାଇ ସେମାନଙ୍କ ସହିତ ମଧ୍ୟ ଏ ଘଟଣା ଉପରେ ପଚାରି ଥିଲେ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.