ETV Bharat / state

Mann Ki Baat @100: ଏହା ଅଣରାଜନୈତିକ କାର୍ଯ୍ୟକ୍ରମ, ସବୁ ଦଳର ନେତା ଶୁଣନ୍ତୁ: ବିଜେପି ସଭାପତି

ରାଜ୍ୟ ବିଜେପି ପକ୍ଷରୁ ଆଜି ଝାରସୁଗୁଡାରେ ଏକ ପ୍ରେସମିଟ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ ଆସନ୍ତାକାଲି ରାଜ୍ୟର ପ୍ରାୟ ୨ ହଜାର ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ’ମନ କି ବାତ’ ଶୁଣିବା ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହେବ । ଅଧିକ ପଢନ୍ତୁ

author img

By

Published : Apr 29, 2023, 8:58 PM IST

Mann Ki Baat@100: ଏହା ଅଣରାଜନୈତି କାର୍ଯ୍ୟକ୍ରମ, ସବୁ ଦଳର ନେତା ଶୁଣନ୍ତୁ: ବିଜେପି ସଭାପତି

ଏହା ଅଣରାଜନୈତିକ କାର୍ଯ୍ୟକ୍ରମ, ସବୁ ଦଳର ନେତା ଶୁଣନ୍ତୁ: ବିଜେପି ସଭାପତି

ଝାରସୁଗୁଡା: ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ମାସିକିଆ ମନ କି ବାତ କାର୍ଯ୍ୟକ୍ରମର 100 ତମ ସଂସ୍କରଣ । ଏଥିପାଇଁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ବିଜେପି ମଧ୍ୟ ଏହାକୁ ଜୋରଦାରରେ ପ୍ରଚାର ପ୍ରସାର କରିବା ସହ ଆଜି ଦେଶବ୍ୟାପୀ ପ୍ରେସମିଟ କରିଛି ।

ଏହି ପରିପ୍ରେକ୍ଷିରେ ରାଜ୍ୟ ବିଜେପି ପକ୍ଷରୁ ଆଜି ଝାରସୁଗୁଡାରେ ଏକ ପ୍ରେସମିଟ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ... ଆସନ୍ତାକାଲି ରାଜ୍ୟର ପ୍ରାୟ ୨ ହଜାର ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିବା ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ୧୦୦ତମ ସଂସ୍କରଣ କାର୍ଯ୍ୟକ୍ରମ ହେବ । ଏହା ଏକ ବିଶ୍ଵ ରେକର୍ଡ ହେବ ବୋଲି ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।

ମନମୋହନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକା କାର୍ଯ୍ୟକ୍ରମ “ମନ୍ କି ବାତ୍‌” ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ଆସନ୍ତାକାଲି ୧୦୦ତମ ସଂସ୍କରଣ ପୂରଣ ହେବାକୁ ଯାଉଛି । ପ୍ରତ୍ୟେକ ଦେଶବାସୀ ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଅପେକ୍ଷାରତଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ଭଳି ଭାବେ ଦେଶର କୋଣ ଅନୁକୋଣରେ ରହିଥିବା ପ୍ରତିଭା ଓ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ୨୩ କୋଟି ଶ୍ରୋତା ନିୟମିତ ଭାବରେ ମନ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥାନ୍ତି, ୯୬ ପ୍ରତିଶତ ଜନତା ମନ କି ବାତ୍ ବିଷୟରେ ଅବଗତ ଅଛନ୍ତି । ପ୍ରଧାନମନ୍ତ୍ରୀ ମନ୍ କି ବାତର ୧୦୦ତମ ଏପିସୋଡ ଅବସରରେ ଭାରତୀୟ ଜନତା ପାର୍ଟି ସମସ୍ତ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରିବା ସହ ଓଡ଼ିଶାରେ ୨ ହଜାରରୁ ଅଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମନ କି ବାତ୍ କାର୍ଯ୍ୟକ୍ରମକୁ ବିଜେପି କାର୍ଯ୍ୟକର୍ତା, ସାଧାରଣ ଜନତା ଓ ସବୁ ରାଜନୈତିକ ଦଳ ଶୁଣିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ନିବେଦନ କରିଛନ୍ତି ।

ଆଜି ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀ କରି ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’କୁ ୧୦୦କୋଟିରୁ ଉର୍ଦ୍ଧ୍ୱ ଲୋକ ଶୁଣି ସାରିଲେଣି । ଦେଶର ୨୬କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ ୫୬ପ୍ରତିଶତ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆସନ୍ତାକାଲି ମୋଦିଜୀଙ୍କ ମନ କି ବାତ ବିଶ୍ୱ ରେକର୍ଡ ସ୍ଥାପନା କରିବ । ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦିଜୀ ତଳସ୍ତରରେ ଅସାଧାରଣ କାମ କରୁଥିବା ଏବଂ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିଛନ୍ତି । ମୋଦିଜୀ ସାମାଜିକ ସମସ୍ୟା ସମ୍ପର୍କରେ ବି ଚର୍ଚ୍ଚା ଆଲୋଚନା କରିବା ସହ ସାରା ଦେଶକୁ ସାଙ୍ଗରେ ନେଇ ଚାଲିବା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ମନ କି ବାତ୍ କାର୍ଯ୍ୟକ୍ରମ ଲୋକଙ୍କ ମନରେ ଆତ୍ମ ବିଶ୍ୱାସ, ତ୍ୟାଗ, ବଳିଦାନ ପାଇଁ ଖୋରାକ ଯୋଗାଇଛି । ଏହି “ମନ କି ବାତ୍‌”ରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବର୍ଗର ବ୍ୟକ୍ତି ଏହାକୁ ଶୁଣିବାକୁ ବିଜେପି ସଭାପତି ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.