ETV Bharat / state

ଝାରସୁଗୁଡ଼ାରେ ଭେକ୍ଟର ଡିଜିଜର ପ୍ରଭାବ, ଚିନ୍ତାରେ ଗୋପାଳକ - ଝାରସୁଗୁଡ଼ା ଖବର

ବର୍ତ୍ତମାନ ରାଜ୍ୟରେ ଗାଈଗୋରୁଙ୍କ ପାଖରେ ଦେଖାଦେଇଛି ଭେକ୍ଟର ଡିଜିଜ୍ । ରାଜ୍ୟର ୧୦ରୁ ଊର୍ଦ୍ଧ୍ବ ଜିଲ୍ଲାର ଗାଈଗୋରୁଙ୍କ ପାଖରେ ଏହି ଭେକ୍ଟର ଡିଜିଜ ବା ଚର୍ମବିଣ୍ଡି ରୋଗ ନଜର ଆସିଛି । ଝାରସୁଗୁଡ଼ାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଭେକ୍ଟର ଡିଜିଜର ପ୍ରଭାବ, ଚିନ୍ତାରେ ଗୋପାଳକ

author img

By

Published : Dec 13, 2022, 9:47 AM IST

ଝାରସୁଗୁଡ଼ାରେ ଭେକ୍ଟର ଡିଜିଜର ପ୍ରଭାବ, ଚିନ୍ତାରେ ଗୋପାଳକ

ଝାରସୁଗୁଡ଼ା : ବର୍ତ୍ତମାନ ରାଜ୍ୟରେ ଗାଈଗୋରୁଙ୍କ ପାଖରେ ଦେଖାଦେଇଛି ଭେକ୍ଟର ଡିଜିଜ୍ । ରାଜ୍ୟର ୧୦ରୁ ଊର୍ଦ୍ଧ୍ବ ଜିଲ୍ଲାର ଗାଈଗୋରୁଙ୍କ ପାଖରେ ଏହି ଭେକ୍ଟର ଡିଜିଜ ନଜର ଆସିଛି । ଝାରସୁଗୁଡ଼ାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏହି କ୍ରମରେ ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳ ଲଖନପୁର ବ୍ଲକର ବିଭିନ୍ନ ଗାଁ ଗୁଡ଼ିକର ଗାଈଗୋରୁ ଏହାର ଶୀକାର ହୋଇଥିବା ନଜର ଆସିଛି ।

ଏହି ରୋଗ ହେଲେ ଗାଈଗୋରୁଙ୍କ ଦେହରେ ଫୋଟକା ହୋଇ ଘା' ହେଉଥିବା ଲକ୍ଷଣ ଦେଖାଯାଉଛି । ତେବେ ଝାରସୁଗୁଡ଼ା ସିଡିଭିଓଙ୍କ କହିବା ମୁତାବକ ବର୍ତ୍ତମାନ ଜିଲ୍ଲାର ଗାଈଗୋରୁଙ୍କ ସ୍ଥିତି ଠିକ ରହିଥିବା ବେଳେ ସୁରକ୍ଷା ପାଇଁ ଭ୍ୟାକ୍ସିନ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ହଜାର ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି ।

କେବଳ ସେତିକି ନୁହେଁ ୫ହଜାର ଭ୍ୟାକ୍ସିନ ସମସ୍ତ ଅଞ୍ଚଳରେ ପଠାଇ ଦିଆଯାଇଛି । ଏକ ସ୍ବତନ୍ତ୍ର ଟିମ ସ୍ଥିତି ନିରୀକ୍ଷଣ କରିବା ପାଇଁ ଫିଲ୍ଡରେ ରହିଛନ୍ତି। ସମସ୍ତ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା ସୂଚନା ଦେଇଛନ୍ତି ସିଡିଭିଓ । ତେବେ ସୀମାବର୍ତ୍ତି ଅଞ୍ଚଳରେ ଥିବା ଗାଈଗୋରୁ ଜଙ୍ଗଲରେ ବୁଲୁଥିବା ଯୋଗୁଁ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ନେଇ ସମସ୍ତ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କୁ ନଜର ରଖିବା ପାଇଁ ସୂଚାଇ ଦିଆଯାଇଥିବା କହିଛନ୍ତି ସିଡିଭିଓ ଡାକ୍ତର ପବିତ୍ର ପାରିଜା।

ଏହାମଧ୍ୟ ପଢ଼ନ୍ତୁ.ଗଜପତିରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ, ଚିନ୍ତାରେ ଗୋପାଳକ

ଏ ସମ୍ପର୍କରେ ସିଡିଭିଓ ଡାକ୍ତର ପବିତ୍ର ପାରିଜା କହିଛନ୍ତି ''ଯେତେବେଳେ ଅନ୍ୟ ଜିଲ୍ଲାମାନଙ୍କରେ ହେଲା ଅର୍ଥାତ ତେଲେଙ୍ଗାନା, ଓ୍ବେଷ୍ଟ ବେଙ୍ଗଲରେ ଏହି ରୋଗ ଦେଖାଗଲା ସେତେବେଳେ ପ୍ରତ୍ୟେକ ଜିଲ୍ଲାରେ ଗାଈଗୋରୁଙ୍କ ପରୀକ୍ଷା କରାଯାଇଥିଲା । ଏନେଇ ପଶୁପାଳକଙ୍କୁ ସଚେତନ ବି କରିଥିଲୁ । ଏହାସହ ସଚେତ ବି କରାଯାଇଥିଲା'' ।

ଗାଈଗୋରୁଙ୍କ ପାଇଁ ଏବେ ବିପଦ ସାଜିଛି ଚର୍ମବିଣ୍ଡି ରୋଗ । ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟାପି ସାରିଥିବା ବେଳେ ଏବେ ଏହା ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଏବେ ଗୋପାଳକମାନେ ଚିନ୍ତାରେ ପଡିଛନ୍ତି । ଏହି ରୋଗରେ ପୀଡିତ ଗାଇଗୋରୁଙ୍କ ଚମଡା ଫଳି ଯାଉଥିବାବେଳେ ଗୋଡ ଗୁଡ଼ିକ ଫୁଲି ଯାଉଛି ।

ଏହାପରେ ଗାଈମାନେ କୌଣସି ଖାଦ୍ୟ ଗ୍ରହଣ କରୁନଥିବା ଯୋଗୁଁ ସେମାନେ ଅତ୍ୟନ୍ତ ଦୁର୍ବଳ ହୋଇପଡୁଛନ୍ତି । ଏପରିକି ଅନେକ ସମୟରେ ସେମାନଙ୍କ ମୃତ୍ୟୁ ମଧ୍ୟ ହେଉଛି । ହେଲେ ଉପଯୁକ୍ତ ଚିକିତ୍ସା ସେବା ମିଳୁନଥିବାରୁ ଗାଈମାନେ ସମସ୍ୟା ଭୋଗୁଛନ୍ତି । ପୂର୍ବରୁ ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ଟିକା ଦିଆଯାଇଥିଲା । ହେଲେ ସେହି ଟିକା କାମ କରୁନଥିବା ଗୋପାଳକମାନେ କହିଛନ୍ତି।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.