ଝାରସୁଗୁଡ଼ା: ଲଖନପୁର ଠାରେ ଓଡିଶା ବର୍ଜବସ୍ତୁ ପ୍ରକଳ୍ପ ପ୍ରସ୍ଥାବିତ ସମନ୍ବିତ ବର୍ଜବସ୍ତୁ ସଂରକ୍ଷଣ ଓ ନିଷ୍କାସନ ବ୍ୟବସ୍ଥା ନିମନ୍ତେ ହାଇଦ୍ରାବାଦ ରାମକି ଏନଭିରୋ ସର୍ଭିସେସ ଲିମିଟେଡ ପକ୍ଷରୁ ଏକ ବିରାଟ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି । ଏନେଇ ଗତକାଲି(ଶୁକ୍ରବାର) ଅନୁଷ୍ଠିତ ହୋଇଥିବା ଜନଶୁଣାଣୀକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଏହାକୁ ବାତିଲ କରାଯାଇଥିବା ADM ସୂଚନା ଦେଇଛନ୍ତି ।
ପ୍ରକାଶଥାଉକି, ଲଖନପୁର ବ୍ଲକ ପୁଞ୍ଜିପଥରଠାରେ ଥିବା ୬୫ ଏକର ଜଙ୍ଗଲ କାଟି କ୍ଷତିକାରକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ସ୍ଥାପନ ହେବାକୁ ପ୍ରସ୍ଥାବିତ ହୋଇଛି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଏହାସହିତ ସହିତ ପ୍ରସ୍ଥାବିତ ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଥିବା ଜାଗାରେ କୌଣସି ଗଛ କଟାବାକୁ ଦିଆଯିବନାହିଁ ବୋଲି ସେମାନେ କହିଛନ୍ତି ।
ଏନ୍ୟପଟେ ଏହି ଜନଶୁଣାଣୀ, ଆଗାମୀ ଦିନ ପାଇଁ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ