ETV Bharat / state

ନିଟ୍ ପିଜି କାଉନସିଲିଂକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରଛାତ୍ରୀ

author img

By

Published : Dec 29, 2021, 5:39 PM IST

ନିଟ ପିଜି କାଉନସିଲଂକୁ ଶୀଘ୍ର କରାଇବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦାବି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜୁନିଅର ଡାକ୍ତର ଆସୋସିଏସନ(ଜେଡିଏ) ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ନିଟ୍ ପିଜି କାଉନସିଲିଂକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରଛାତ୍ରୀ
ନିଟ୍ ପିଜି କାଉନସିଲିଂକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରଛାତ୍ରୀ

ଝାରସୁଗୁଡା : ନିଟ ପିଜି କାଉନସିଲଂକୁ ଶୀଘ୍ର କରାଇବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏଥିପାଇଁ ଝାରସୁଗୁଡାସ୍ଥିତ ସର୍କିଟ ହାଉସରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବୁର୍ଲ୍ଲା ଭୀମସାରର ଜୁନିଅର ଡାକ୍ତର ଆସୋସିଏସନ(ଜେଡିଏ) ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜେଡିଏ ପକ୍ଷରୁ କୁହାଯାଇଛି ଯେ, ନିଟ୍ ପିଜି କାଉନସିଲିଂରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚିକିତ୍ସା ସେବା ଯୋଗାଇବାରେ ଅସୁବିଧା ଦେଖାଦେଉଛି ।

ଚିକିତ୍ସା ସେବା କ୍ଷେତ୍ରରେ ପିଜି ଛାତ୍ରଛାତ୍ରୀଙ୍କ ଯଥେଷ୍ଟ ଅବଦାନ ରହିଥାଏ । ହେଲେ ପିଜି ଛାତ୍ରଛାତ୍ରୀ ପାଇଁ କାଉନସିଲିଂ ନେଇ ବିଳମ୍ବ ହେଉଥିବାରୁ ଏକ ବର୍ଷ ହେଲାଣି ନୂତନ ପିଜି ଛାତ୍ରଛାତ୍ରୀ ଯୋଗ ଦେଇ ନାହାନ୍ତି । ତେଣୁ ପିଜି କାଉନସିଲିଂକୁ ତ୍ୱରାନ୍ୱିତ କରାଯାଉ ବୋଲି ଜେଡିଏ ଦାବି କରଛି । ଅନ୍ୟପଟେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ, କାଉନସିଲିଂକୁ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ପତ୍ର ଲେଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାସହ ସେମାନଙ୍କର ଅନ୍ୟାନ୍ୟ ଦାବିଗୁଡିକ ବିଷୟରେ ଆଲୋଚନା କରାଯିବ । ତେଣୁ ଡାକ୍ତରୀ ଛାତ୍ରଛାତ୍ରୀ କାର୍ଯ୍ୟ ବନ୍ଦ ନ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଝାରସୁଗୁଡାରୁ ଗୁରୁ ଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.