ETV Bharat / state

ବିୟୁଟି ପାର୍ଲର କରି ସ୍ବାବଲମ୍ବୀ ମମତା, ଅନ୍ୟ ମହିଳାଙ୍କୁ ଦେଇଛନ୍ତି ରୋଜଗାର - ଝାରସୁଗୁଡା ଖବର

ବିୟୁଟି ପାର୍ଲର କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ରୋଜଗାରର ସୁଯୋଗ ଦେଇଛନ୍ତି ଝାରସୁଗୁଡାର ମମତା ପଟୁଆ । ୪୦ଜଣ ଝିଅ ଓ ମହିଳାଙ୍କୁ କାର୍ଯ୍ୟ ଯୋଗାଇବା ସହ ୧୨ଜଣକୁ ପୂର୍ଣ୍ଣ ତାଲିମ ପ୍ରଦାନ କରି ସ୍ବାବଲମ୍ବୀ କରିଛନ୍ତି । ଅଧିକ ପଢନ୍ତୁ

ବିୟୁଟି ପାର୍ଲର କରି ସ୍ବାବଲମ୍ବୀ ମମତା
ବିୟୁଟି ପାର୍ଲର କରି ସ୍ବାବଲମ୍ବୀ ମମତା
author img

By

Published : Oct 25, 2022, 11:04 PM IST

ଝାରସୁଗୁଡା: ଆଜିର ନାରୀ.. ଅବଳା କି ଦୁର୍ବଳା ନୁହେଁ ବରଂ ସେ ସ୍ବୟଂଶିଦ୍ଧା, ସାହସୀ । ନିଜର ପ୍ରଚେଷ୍ଟା ପରାକାଷ୍ଠା ବଳରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ମହିଳା । କୌଣସି କାମକୁ ଛୋଟ ବା ବଡ ନଭାବି ପଛଘୁଞ୍ଚା ଦେବା ବଦଳରେ ସ୍ବାବଲମ୍ବି ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଅନେକ ମହିଳା । ଝାରସୁଗୁଡାର ମମତା ପଟୁଆ । ଯିଏ କି ଏବେ ବିୟୁଟି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି (Mamata became self sufficient by beauty parlour )। ଦିନେ ଏକ ଛୋଟ ସେଲୁନରେ କାମ ଆରମ୍ଭ କରି ସ୍ବାବଲମ୍ବୀ ହେବାର ସ୍ବପ୍ନ ଦେଖିଥିଲେ । କିନ୍ତୁ ଏବେ ଅନ୍ୟଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଦେଇଛନ୍ତି ।

ବିୟୁଟି ପାର୍ଲର କରି ସ୍ବାବଲମ୍ବୀ ମମତା

୧୫ ବର୍ଷ ବୟସରେ ବିବାହ କରିଥିଲେ ମମତା ପଟୁଆ । ବିବାହ ପରେ ସେ ସ୍ବାବଲମ୍ବି ହେବାକୁ ସ୍ବପ୍ନ ଦେଖିଲେ । ଆଉ ସମୟ ସ୍ରୋତରେ ଧୀରେଧୀରେ ନିଜକୁ ସମ୍ଭାଳି ନେଇ ଘରୁ ପଦାକୁ ଗୋଡ଼ କାଢ଼ିଥିଲେ । ନିଜ ସ୍ବପ୍ନ ପୂରଣ କରିବା ପାଇଁ ସେ ଏକ ସେଲୁନ କରି ସେଠାରେ କାମ କରିଥିଲେ । ତାଙ୍କର ଏହି ପଦକ୍ଷେପରେ ସ୍ବାମୀ ସହଯୋଗର ହାତ ବଢାଇଥିଲେ । ଏହାପରେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାମାନେ କିପରି ରୋଜଗାର କରିପାରିବେ ସେ ବିଷୟରେ ମଧ୍ୟ ଚିନ୍ତା କରିଥିଲେ । ନିଜେ ସେଲୁନରେ କାମ କରିବା ସହ କିଛି ଜଣ ଝିଅ ଓ ମହିଳାଙ୍କୁ ତାଲିମ ଦେଇଥିଲେ । ଧୀରେଧୀରେ ଝାରସୁଗୁଡ଼ା ଜିଲ୍ଲାରେ ୨ଟି ସେଲୁନ ଏବଂ ଜିଲ୍ଲା ବାହାରେ ଗୋଟିଏ ସେଲୁନ କରି ୪୦ ଜଣ ଝିଅ ଓ ମହିଳାଙ୍କୁ କାର୍ଯ୍ୟ ଯୋଗାଇଛନ୍ତି । ୧୨ଜଣକୁ ପୂର୍ଣ୍ଣ ତାଲିମ ପ୍ରଦାନ କରି ସ୍ବାବଲମ୍ବୀ ମଧ୍ୟ କରିଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ସ୍ବାବଳମ୍ବୀ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମମତା ପଟୁଆ ।

ଏହା ମଧ୍ୟ ପଢନ୍ତୁ-Solar Eclipse: ଭୁବନେଶ୍ୱରରେ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ, ଦେଖନ୍ତୁ ଭିଡିଓ

କେବଳ ସେତିକି ନୁହେଁ , ବିଶ୍ବା ନାମକ ଏକ ସାମାଜିକ ସଂଗଠନ କରି ନିଜେ ସେଥିରେ ନିର୍ଦ୍ଦେଶକ ଦାୟିତ୍ବ ନେଇ ନୀରିହ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରି ଆସ୍ଥା ଭାଜନ ହୋଇପାରିଛନ୍ତି । ଏପରିକି ଝାରସୁଗୁଡାରେ ଏକ ବ୍ୟୁଟି ଏକ୍ସପୋ ଫେସନ୍‌ ସୋ କରି ବଲିଉଡ ଜଗତର ଅନେକ ସିନେ ତାରକାଙ୍କୁ ମଧ୍ୟ ଜିଲ୍ଲାକୁ ଆଣିଛନ୍ତି । ତାଙ୍କର ଏପରି କାମ ଅନ୍ୟଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ଝାରସୁଗୁଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.