ETV Bharat / state

ଆଉ ପାଦେ ଆଗେଇଲା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ, ଝାରସୁଗୁଡ଼ାରୁ କୋଲକତା ଉଡ଼ିଲା ଇଣ୍ଡିଗୋ ବିମାନ

author img

By ETV Bharat Odisha Team

Published : Nov 5, 2023, 10:51 PM IST

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକତାକୁ ଉଡ଼ିଲା ଇଣ୍ଡିଗୋ ବିମାନ । ନଭେମ୍ବର 15ରୁ ବେଙ୍ଗାଲୁରୁକୁ ଉଡିବ ବିମାନ । ଆଗକୁ ପଢନ୍ତୁ

Etv Bharat
Etv Bharat
ଝାରସୁଗୁଡ଼ାରୁ କୋଲକତା ଉଡ଼ିଲା ଇଣ୍ଡିଗୋ ବିମାନ

ଝାରସୁଗୁଡା: ଝାରସୁଗୁଡାରୁ କୋଲକତା ଗମନାଗମନ ହେଲା ଆହୁରୀ ସରଳ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜିଠାରୁ(ରବିବାର) କୋଲକତାକୁ ଉଡ଼ିଲା ଇଣ୍ଡିଗୋ ବିମାନ l ଆଜିଠାରୁ ପ୍ରତିଦିନ ସନ୍ଧ୍ୟା 5 ଟା 50 ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଭରି 7 ଟା 25ରେ ଝାରସୁଗୁଡାରେ ଅବତରଣ କରିବ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସନ୍ଧ୍ୟା 7 ଟା 55ରେ ଉଡାଣ ଭରି ରାତି 9:20ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ l ତେବେ ବରଗଡ ସାଂସଦ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Biju Patnaik International Airport: ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହେବ ଟର୍ମିନାଲ ଲିଙ୍କ ବିଲ୍ଡିଂ

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନରୁ ଆଜି ଠାରୁ କଲିକତାକୁ ଉଡ଼ାଣ ଭରିଛି ଇଣ୍ଡିଗୋ ବିମାନ l ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ବୃଦ୍ଧି ହେବା ସହ ଭାରତର କୋଣ ଅନୁକୋଣକୁ ବିମାନ ଚଳାଚଳ କରିବା ନେଇ ଆଉ ପାଦେ ଆଗେଇବ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର l ପ୍ରତିଦିନ ସନ୍ଧ୍ୟା 5 ଟା 50ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଭରି 7 ଟା 25ରେ ଝାରସୁଗୁଡାରେ ଅବତରଣ କରିବ l ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସନ୍ଧ୍ୟା 7ଟା 55ରେ ଉଡାଣ ଭରି ରାତି 9:20 ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ l ଇଣ୍ଡିଗୋ ଏୟାରଲାଇନ୍ସର ATR-72, 72 ସିଟ ବିଶିଷ୍ଟ ବିମାନ କୋଲକାତାକୁ ଚଳାଚଳ କରିଛି । ଝାରସୁଗୁଡାରୁ କୋଲକାତାକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ କରିବା ଦ୍ୱାରା ଝାରସୁଗୁଡା ସମେତ ପଶ୍ଚିମ ଓଡିଶା ତଥା ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ l

ଏହାମଧ୍ୟ ପଢନ୍ତୁ..Rourkela to Kolkata flight service: ନଭେମ୍ବର 1ରୁ ରାଉରକେଲାରୁ କୋଲକାତାକୁ ଉଡିବ ବିମାନ

ତେବେ ଏହି ଅବସରରେ ସୁରେଶ ପୂଜାରୀ କହିଛନ୍ତି, "ଏହା ଝାରସୁଗୁଡାବାସୀଙ୍କ ଖୁସିର ଖବର । ଇଣ୍ଡିଗୋ ଏୟାରଲାଇନ୍ସ ଉଡାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ସେହି ଦାବି ପୂରଣ ହୋଇଛି । ଇଣ୍ଡିଗୋର ଅପରେସନ ଝାରସୁଗୁଡାରୁ ଆରମ୍ଭ ହୋଇଛି । କଲିକତାକୁ ଆଜିଠୁ ଉଡାଣ ଭରିଥିବା ବେଳେ ନଭେମ୍ବର 15 ତାରିଖରୁ ବାଙ୍ଗାଲୁରୁକୁ ବିମାନ ଚଳାଚଳ ଆରମ୍ଭ ହେବ । ଏହାଦ୍ବାରା ଝାରସୁଗୁଡାବାସୀ ତଥା ଆଇଟି ଛାତ୍ରଛାତ୍ରୀମାନେ ଉପକୃତ ହେବେ ।"

ତେବେ ସୁରେଶ ପୂଜାରା ଆଉ ମଧ୍ୟ କହିଛନ୍ତି ଯେ, ଝାରସୁଗୁଡା ବିମାନ ବନ୍ଦରରୁ କିଭଳି ଅନ୍ୟସ୍ଥାନକୁ ଅର୍ଥାତ ହାଇଦ୍ରାବାଦ, ନାଗପୁର, ବିଶାଖାପାଟଣା ଭଳି ପ୍ରମୁଖ ସ୍ଥାନକୁ ବିମାନ ଚଳାଚଳ ହେବ ସେନେଇ ପ୍ରୟାସ ଜାରି ରହିଛି । ଖୁବଶୀଘ୍ର ଝାରସୁଗୁଡାରୁ ଅନ୍ୟ ପ୍ରମୁଖ ସ୍ଥାନଗୁଡିକୁ ଉଡାଣ ଭରିବ ବୋଲି ଆଶାବାଦୀ ଥିବା କହିଛନ୍ତି ସୁରେଶ ପୂଜାରୀ ।

ତେବେ ଝାରସୁଗୁଡାରୁ କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ସେବାକୁ ନେଇ ଝାରସୁଗୁଡା ବାସୀ ତଥା ଯାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି l ଉଚ୍ଚ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଏହି ବିମାନ ସେବା ଆହୁରି ସୁଦୃଢ କରିବ ବୋଲି କହିଛନ୍ତି ଝାରସୁଗୁଡା ବାସୀ l ପୂର୍ବରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ୱରକୁ ବିମାନ ସେବା ପ୍ରଦାନ କରୁଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.