ETV Bharat / state

ମୋନିକା ଯୋଶୀ ମୃତ୍ୟୁ ମାମଲା: ଆତ୍ମହତ୍ୟା ନେଇ ସ୍ପଷ୍ଟ କଲା ପୋଲିସ

author img

By

Published : Mar 4, 2021, 8:42 PM IST

ମୋନିକା ଯୋଶୀ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ କଲା ବ୍ରଜରାଜନଗର ପୋଲିସ । ଗୁରୁବାର ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ମୋନିକା ଯୋଶୀ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ରହସ୍ୟ ଉନ୍ମୋଚନ କଲା ବ୍ରଜରାଜନଗର ପୋଲିସ
ରହସ୍ୟ ଉନ୍ମୋଚନ କଲା ବ୍ରଜରାଜନଗର ପୋଲିସ

ଝାରସୁଗୁଡା: ମୋନିକା ଯୋଶୀ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ କଲା ବ୍ରଜରାଜନଗର ପୋଲିସ । ଗୁରୁବାର ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ମୋନିକା ଯୋଶୀ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି ।

ଗତ ୧୦ ତାରିଖ ଇବ୍ ଷ୍ଟେସନ ପାଖରେ ବ୍ରଜରାଜନଗର କଲେଜ ଛାତ୍ରୀ ମୋନିକାଙ୍କର ମୃତଦେହ ରେଳ ଧାରଣାରୁ ଉଦ୍ଧାର କରାଯାଇଥିଲା । ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରାଯାଇଥିଲେ ହେଁ ସପ୍ତାହକ ମଧ୍ୟରେ ବିଶେଷ ଅଗ୍ରଗତି ହୋଇପାରି ନଥିଲା । ଅନ୍ୟପକ୍ଷରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ସହିତ ସ୍ଥାନୀୟ ଲୋକ ଅଭିଯୋଗ ପରେ ବ୍ରଜରାଜନଗର ପୋଲିସ ମାମଲା ନିଜ ହାତକୁ ନେଉ ବୋଲି ଦାବି ହୋଇଥିଲା ।

ରହସ୍ୟ ଉନ୍ମୋଚନ କଲା ବ୍ରଜରାଜନଗର ପୋଲିସ

ପରେ ପରିବାର ଲୋକେ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରିବା ପରେ ବ୍ରଜରାଜନଗର ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଗତ ୧୦ ତାରିଖ ଦିନ ବ୍ରଜରାଜନଗର କ୍ୟାମ୍ପସ ଛକରେ ରହୁଥିବା ମୋନିକା ଯୋଶୀଙ୍କ ମୃତଦେହ ଇବ୍ ଷ୍ଟେସନର ଅଳ୍ପ ଦୂରରେ ଥିବା ରେଳ ଧାରଣା କଡ଼ରୁ ମିଳିଥିଲା।

ବ୍ରଜରାଜନଗର ପୋଲିସ ମୋନିକାଙ୍କ ମୃତ୍ୟୁ ଘଟଣାର ତଦନ୍ତ ବେଳେ ସିସିଟିଭି ଫୁଟେଜ ଆଦାରରେ ମୋନିକା ୧୦ ତାରିଖ ଦିନ ଦୁର୍ଗ-ରାଜେନ୍ଦ୍ରନଗର ଟ୍ରେନ୍‌ରେ ଚଢ଼ି ଝାରସୁଗୁଡା ଦିଗରେ ଯାଇଥିବା ଜଣାପଡ଼ିଛି । ତେବେ ସେ ଟ୍ରେନରୁ ପଡ଼ି ମୃତ୍ୟୁ ଘଟିଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବା ଝାରସୁଗୁଡା ଏସପି ପ୍ରକାଶ କରିଛନ୍ତି। ଅନ୍ୟପଟେ ମୋନିକାଙ୍କ ଘରୁ ଏକ ସୁଇସାଇଡ଼ାଲ ନୋଟ ସହ ତାଙ୍କ ମୋବାଇଲ ମଧ୍ୟ ଜବତ କରାଯାଇଛି ବୋଲି ଏସପି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.