ETV Bharat / state

ଅଣ୍ଡା ତରକାରି ପାଇଁ ମାଆକୁ ମାରିଲା ପୁଅ

author img

By

Published : Nov 23, 2021, 12:45 PM IST

Updated : Nov 23, 2021, 4:57 PM IST

ଝାରସୁଗୁଡାରେ ଅଣ୍ଡା ତରକାରି ନ ଦେବାରୁ ମାଆକୁ ହତ୍ୟା କଲା ପୁଅ । ଅଧିକ ପଢନ୍ତୁ...

ଅଣ୍ଡା ତରକାରି ପାଇଁ ମାଆକୁ ମାରିଲା ପୁଅ
ଅଣ୍ଡା ତରକାରି ପାଇଁ ମାଆକୁ ମାରିଲା ପୁଅ

ଝାରସୁଗୁଡା: ପୁଣି ଉତ୍ତ୍ୟକ୍ତ ପୁଅର ଆକ୍ରମଣରେ ମାଆ ମୃତ । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇବ ଗାଁରେ । ଇବ ଗାଁର କୁମୋଦିନୀ ଭୋଇ ଗତକାଲି ରାତିରେ ଘରେ ରୋଷେଇ କରୁଥିବା ବେଳେ ପୁଅ ରାଜେଶ ଭୋଇ ଖାଇବା ପାଇଁ ଅଣ୍ଡା ଆଣିଥିଲେ ଏବଂ ମାଆଙ୍କୁ ରୋଷେଇ କରିବା ପାଇଁ କହିଥିଲେ । ହେଲେ ମାଆ ରୋଷେଇ କରିବାକୁ ମନା କରିଦେବାରୁ ରାଜେଶ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା ।

ଅଣ୍ଡା ତରକାରି ପାଇଁ ମାଆକୁ ମାରିଲା ପୁଅ

ଘଟଣାସ୍ଥଳରେ ମାଆ ଟଳି ପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ କୁମୋଦିନୀଙ୍କ ଦିଅର ସଦରଥାନାକୁ ଖବର ଦେଇଥିଲେ । ଆଜି(ମଙ୍ଗଳବାର) ସକାଳୁ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭଯୁକ୍ତ ପୁଅକୁ ଗିରଫ କରିଛି । ଅନ୍ୟପଟେ ସାଇଣ୍ଟଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରହିଛନ୍ତି ।

ଅଭିଯୁକ୍ତ ପୁଅ ରାଜେଶ ଭୋଇକୁ ପୋଲିସ ଗିରଫ କରିଥିବା ବେଳେ ଆଜି(ମଙ୍ଗଳବାର) ତାକୁ କୋର୍ଟ ଚାଲାଣ କରାଯିବ । ଏହାକୁ ନେଇ ଝାରସୁଗୁଡ଼ା SDPO ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Nov 23, 2021, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.