ETV Bharat / state

ବାତିଲ ହେଲା ରାମକି କମ୍ପାନୀର ଜନ ଶୁଣାଣି, ଗ୍ରାମବାସୀଙ୍କ ତୀବ୍ର ବିରୋଧ

author img

By

Published : Jun 10, 2022, 5:07 PM IST

ଝାରସୁଗୁଡା ଲଖନପୁର ଠାରେ ରାମକୀ କମ୍ପାନୀର ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ଲାଣ୍ଟର ଜନ ଶୁଣାଣିକୁ ଲଖନପୁର ବ୍ଲକବାସୀ ତୀବ୍ର ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

ବାତିଲ ହେଲା ରାମକି କମ୍ପାନୀର ଜନ ଶୁଣାଣି
ବାତିଲ ହେଲା ରାମକି କମ୍ପାନୀର ଜନ ଶୁଣାଣି

ଝାରସୁଗୁଡା: ଜିଲ୍ଲାର ଲଖନପୁରଠାରେ ରାମକୀ କମ୍ପାନୀର ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ଲାଣ୍ଟର ଜନ ଶୁଣାଣିକୁ ଆଜି(ଶୁକ୍ରବାର) ଲଖନପୁର ବ୍ଲକବାସୀ ତୀବ୍ର ବିରୋଧ କରିଛନ୍ତି । ଫଳରେ ଏହି ଜନ ଶୁଣାଣି ବାତିଲ ହୋଇଛି । ଜିଲ୍ଲା ପ୍ରଶାସନ, ପ୍ରଦୂଷଣ ବିଭାଗ ଓ ରାମକୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ମାନେ ବିରୋଧ କରିବା ସହ ଜନ ଶୁଣାଣିକୁ ଆରମ୍ଭ ହେବାକୁ ମଧ୍ୟ ଦେଇନଥିଲେ ।

ବାତିଲ ହେଲା ରାମକି କମ୍ପାନୀର ଜନ ଶୁଣାଣି

ରାମକି ଏନଭିରୋ ସର୍ଭିସ ପ୍ରାଇଭେଟ ଲିମିଟେଡ ଦ୍ଵାରା ଲଖନପୁର ବ୍ଲକର ଜୁନିଏନ୍ ଠାରେ ୬୪ ଏକର ଜଙ୍ଗଳ ଜମିରେ ବର୍ଜ୍ୟବସ୍ତୁ ପରିଚାଳନା ସଂରକ୍ଷଣ ଓ ନିଷ୍କାସନ ପ୍ରକଲ୍ପ ନିର୍ମାଣ ପାଇଁ ଯୋଜନା କରିଛି । ଏଥିପାଇଁ ଆଜି ଲଖନପୁର ଖେଳ ପଡିଆରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ହେବାକୁ ଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ ।

ଜନ ଶୁଣାଣୀକୁ ବିରୋଧ କରିବା ପାଇଁ ଲଖନପୁର ବ୍ଲକର ୩୩ଟି ପଞ୍ଚାୟତର ବାସିନ୍ଦା ଉପସ୍ଥିତ ରହିଛନ୍ତି । ଗତ ୨୭.୮.୨୦୨୧ ତାରିଖ ମଧ୍ୟ ଏହି ଜନଶୁଣାଣୀର ଆୟୋଜନ ହୋଇଥିଲା । ମାତ୍ର, ସେହି ସମୟରେ ମଧ୍ୟ ଅଞ୍ଚଳ ବାସିନ୍ଦା ମଞ୍ଚରେ ବିରୋଧ କରିବାରୁ ଏହାକୁ ପ୍ରଶାସନ ସ୍ଥଗିତ କରିଥିଲା ।

ଇଟିଭି ଭାରତ, ଝାରସୁଗୁଡା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.