ETV Bharat / state

ଆଉ ୪ଦିନ ବଢ଼ିଲା ଗୋପାଳର ରିମାଣ୍ଡ ଅବଧି, ନବଙ୍କ ବିକଳ୍ପ ନବୀନ ସ୍ଥିର କରିବେ କହିଲେ ସାରଦା - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ

ଝାରସୁଗୁଡା କାଳୀ ମନ୍ଦିରସ୍ଥିତ ରାଉତରାୟ ବଗିଚାରେ ଦିବଂଗତ ବିଧାୟକ ତଥା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦଳୀୟ କର୍ମୀ ଓ ସମର୍ଥକ । ସେପଟେ ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧି ଆଜି ଶେଷ ହୋଇଥିବା ବେଳେ ତାକୁ ଆଉ ୪ ଦିନ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି JMFC କୋର୍ଟ । ଅଧିକ ପଢ଼ନ୍ତୁ

ଆଉ ୪ ଦିନ ବଢ଼ିଲା ଗୋପାଳର ରିମାଣ୍ଡ ଅବଧି
ଆଉ ୪ ଦିନ ବଢ଼ିଲା ଗୋପାଳର ରିମାଣ୍ଡ ଅବଧି
author img

By

Published : Feb 4, 2023, 4:50 PM IST

Updated : Feb 4, 2023, 5:23 PM IST

ଆଉ ୪ଦିନ ବଢ଼ିଲା ଗୋପାଳର ରିମାଣ୍ଡ ଅବଧି
ନବଙ୍କ ବିକଳ୍ପ ନବୀନ ସ୍ଥିର କରିବେ କହିଲେ ସାରଦା

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଏଭଳି ଘଟଣାରେ ସ୍ତବ୍ଧ ହୋଇଯାଇଛନ୍ତି ଝାରସୁଗୁଡ଼ାବାସୀ । ଝାରସୁଗୁଡ଼ାରେ ନୂତନ ନିର୍ମାଣର ସ୍ବପ୍ନ ଦେଖୁଥିବା ଦିବଂଗତ ବିଧାୟକ ନବ ଦାସଙ୍କୁ ଝାରସୁଗୁଡ଼ାବାସୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେପଟେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳ ଦାସକୁ ନେଇ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ଅଭିଯୁକ୍ତ ଗୋପାଳର ୪ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଥିବାବେଳେ ତାକୁ ଜିଲ୍ଲା JMFC କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଏଠାରେ ଅଭିଯୁକ୍ତକୁ ଆଉ ୯ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ତରଫରୁ ଆବେଦନ କରାଯାଇଥିବା ବେଳେ ତାକୁ କେବଳ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ଶନିବାର ଝାରସୁଗୁଡା କାଳୀ ମନ୍ଦିରସ୍ଥିତ ରାଉତରାୟ ବଗିଚାରେ ଦିବଂଗତ ବିଧାୟକ ତଥା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । ଏହି ସଭାରେ ଜିଲ୍ଲାର ବହୁ ସଂଖ୍ୟକ ବିଜେଡି କର୍ମୀଙ୍କ ସହିତ ରାଉରକେଲା ବିଧାୟକ ସାରଦା ନାୟକ ଉପସ୍ଥିତ ଅଛନ୍ତି । ତେବେ ଏହା ଝାରସୁଗୁଡ଼ା ସମେତ ସମଗ୍ର ରାଜ୍ୟ ତଥା ବିଜେଡି ଦଳ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ରାଉରକେଲା ବିଧାୟକ ସାରଦା ନାୟକ । ଆଗକୁ ଯଦି ଉପନିର୍ବାଚନ ହୁଏ, ତେବେ ଝାରସୁଗୁଡ଼ାରେ ନବଙ୍କ ବିକଳ୍ପ କିଏ ହେବ, ତାହା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର ବୋଲି କହିଛନ୍ତି ସାରଦା । ଏହା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମଧ୍ୟ ଆସ୍ଥା ପ୍ରକଟ କରିଛନ୍ତି ।

ସେପଟେ ଏହି ଘଟଣାରେ ତଦନ୍ତଙ୍କୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ୪ ଦିନିଆ ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ଗୋପାଳର ଆଜି ଶେଷଦିନ । ରିମାଣ୍ଡର ଶେଷଦିନ ଥିବାରୁ ଗୋପାଳକୁ ଆଜି ଜିଲ୍ଲା JMFC କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଏଠାରେ ଗୋପାଳକୁ ପୁଣିଥରେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ତେବେ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ସେପଟେ ବ୍ରହ୍ମପୁର ସହରରେ ଗତ ପାଞ୍ଚ ଦିନ ଧରି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ ବିଭିନ୍ନ ଦିଗକୁ ନେଇ ତନାଘନା କରୁଛି । ଆଜି(ଶନିବାର) କ୍ରାଇମବ୍ରାଞ୍ଚ ଟିମ ଗୋପାଳଙ୍କ ଆଙ୍କୁଲିସ୍ଥିତ ବାସବଭନରେ ଚଢାଉ କରି କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Feb 4, 2023, 5:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.