ETV Bharat / state

ଝାରସୁଗୁଡ଼ା ସହ ଆକାଶ ପଥରେ ଯୋଡ଼ି ହେବ ମୁମ୍ବାଇ ଓ ବେଙ୍ଗାଲୁରୁ - ଝାରସୁଗୁଡ଼ାରୁ ବିମାନ ଉଡିବ ମୁମ୍ବାଇ ଓ ବେଙ୍ଗାଲୁରୁ

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଚାଲିବ ବିମାନ । ଆସନ୍ତା ୧୨ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଖୁବ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନସେବା । ଏଥିପାଇଁ ସ୍ପାଇସ୍ ଜେଟ୍ ପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଝାରସୁଗୁଡ଼ା ସହ ଆକାଶ ପଥରେ ଯୋଡ଼ି ହେବ ମୁମ୍ବାଇ ଓ ବେଙ୍ଗାଲୁରୁ
ଝାରସୁଗୁଡ଼ା ସହ ଆକାଶ ପଥରେ ଯୋଡ଼ି ହେବ ମୁମ୍ବାଇ ଓ ବେଙ୍ଗାଲୁର
author img

By

Published : Jan 2, 2021, 8:10 PM IST

ଝାରସୁଗୁଡା: ଝାରସୁଗୁଡ଼ା ବିମାନବନ୍ଦରରୁ ମାୟାନଗରୀ ମୁମ୍ବାଇ ସହ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ଆରମ୍ଭ ହେବ । ଝାରସୁଗୁଡା ବିମାନବନ୍ଦରରୁ ଆସନ୍ତା ୧୨ ତାରିଖରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ଆରମ୍ଭ ହେବ ବିମାନ ସେବା । ଏହି ସେବା ଯୋଗାଇଦେବ ସ୍ପାଇସ ଜେଟ୍ ‌। ଏହି ସେବା ସପ୍ତାହରେ ୪ ଦିନ ଉପଲବ୍ଧ ହେବ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇଛି । ଏନେଇ ଝାରସଗୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ା ସହ ଆକାଶ ପଥରେ ଯୋଡ଼ି ହେବ ମୁମ୍ବାଇ ଓ ବେଙ୍ଗାଲୁରୁ

ବିମାନ ସେବା ଆରମ୍ଭ ଦ୍ୱାରା ଓଡ଼ିଶାର ଅର୍ଥନୀତି ସୁଦୁୃଢ ହେବ । ସ୍ପାଇସଜେଟ ପକ୍ଷରୁ ମୁମ୍ବାଇ-ଝାରସୁଗୁଡା-ବେଙ୍ଗାଲୁରୁ ସେକ୍ଟରରେ ବୋଇଂ ୭୩୭ ଚଳାଚଳ କରିବ ଓ ସପ୍ତାହକୁ ୪ ଦିନ ଏହି ବିମାନ ସେବା ଉପଲବ୍ଧ ହେବ । ଫଳରେ, ପଶ୍ଚିମ ଓଡ଼ିଶାର ଯାତ୍ରୀଙ୍କୁ ଆଉ କନେକ୍ଟିଂ ଫ୍ଲାଇଟ୍ ଧରିବାକୁ ପଡ଼ିବ ନାହିଁ । ନୂଆବର୍ଷରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟଯେ, ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନର ଚାରିମାସ ପରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୬ଟି ସହରକୁ ବିମାନ ଚଳାଚଳ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଉଡ଼ାନ ୩ ଜରିଆରେ ଘୋଷଣା କରିଥିଲା । ସେଥିମଧ୍ୟରୁ ୫ଟି ସହରକୁ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଝାରସୁଗୁଡା-ମୁମ୍ବାଇ ବିମାନ ଚଳାଚଳ କରିବାକୁ ବିଟ ହାସଲ କରିଥିବା ଜେଟ ଏୟାରୱେଜ ଦେବାଳିଆ ହେଲାପରେ ବିମାନ ସେବା ଅନିଶ୍ଚିଚତା ଘେରରେ ରହିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.