ETV Bharat / state

ଝାରସୁଗୁଡା କିର୍ମିରା RI ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ - ଆରଆଇ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ

ଝାରସୁଗୁଡା ୨୦୧୪ ରାଜସ୍ବ ନିରୀକ୍ଷକ(RI) ଟିକେନାଥ କାଲୋ ହତ୍ୟା ମାମଲାର ଶୁଣାଣି । ମୁଖ୍ୟ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଝାରସୁଗୁଡା କିର୍ମିରା RI ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ

author img

By

Published : Feb 11, 2022, 4:54 PM IST

ଝାରସୁଗୁଡା: କିର୍ମିରା ରାଜସ୍ବ ନିରୀକ୍ଷକ(RI) ଟିକେନାଥ କାଲୋ ହତ୍ୟା ଘଟଣାରେ ଦୋଷୀକୁ ଦଣ୍ଡ । ଆଜି(ଶୁକ୍ରବାର) ମାମଲାର ଶୁଣାଣି କରି ଜିଲ୍ଲା ଅତିରିକ୍ତ ଜଜ, ମୁଖ୍ୟ ଅଭିଯୁକ୍ତ ସଞ୍ଜିତ ଗୁପ୍ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏବେବି ମାମଲାର ଜଣେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ।

ଖବର ଅନୁଯାୟୀ, 8 ଡିସେମ୍ବର 2014 ରାତିରେ ଟିକେନାଥ ଘରକୁ ଫେରିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ୪୯ ନଂ ଜାତୀୟ ରାଜପଥ ବ୍ରଜରାଜନଗର-ବେଳପାହାଡ଼ ମଝି ରାସ୍ତା ଆମ୍ବଦରହ ଜଙ୍ଗଲରେ ହତ୍ୟାକରି ଫିଙ୍ଗି ଦେଇଥିଲେ । ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଥିଲା । ଏଥିରେ 4 ଜଣ ଅଭିଯୁକ୍ତ ସାମିଲ ଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୨ ଜଣ ନାବାଳକ ଅଛନ୍ତି । ଆଜି ମାମଲାର ଶୁଣାଣି କରି ଅଦାଲତ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଅନ୍ୟପଟେ ୨ ନାବାଳକଙ୍କ ମାମଲା ଜୁଭେନାଇଲ କୋର୍ଟରେ ବିଚାରଧୀନ ରହିଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.