ଝାରସୁଗୁଡା: ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳଙ୍କ ମଧ୍ୟରେ ସେତେ ଉଷ୍ମତା ବଢିବାରେ ଲାଗିଛି । ଗଡ ରକ୍ଷା ପାଇଁ ରାଜନୀତି ମୈଦାନରେ ହେଭିୱେଟ ନେତା ପାଦ ଥାପି ସାରିଛନ୍ତି ।
ଗତକାଲି ବିଜେପି ପ୍ରାର୍ଥୀ ତ୍ରିନାଥ ଗୁଆଲଙ୍କ ପାଇଁ ବରଗଡ ସାଂସଦ ସୁରେଶ ପୂଜାରୀ ମାରାଥନ ପ୍ରଚାର କରିଥିଲେ । ବିଜେପିର ନାରା ଥିଲା ଝାରସୁଗୁଡାକୁ ସ୍ମାର୍ଟ ସିଟି ଓ ଗ୍ରୀନ ସିଟି କରିବାର ଲକ୍ଷ୍ୟ ।
ସେପଟେ ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାଶ କହିଛନ୍ତି ପୌର ଫାଇଟରେ ବିରୋଧୀଙ୍କୁ ଖାତିର କରୁନାହିଁ ଶାସକ ଦଳ । ଶାସକ ଦଳକୁ ହେଭିୱେଟ ପ୍ରଚାରକଙ୍କ ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭରଷା ଏବଂ ବିଶ୍ବାସ ରହିଥିବା କହିଛନ୍ତି ନବ ।
ଝାରସଗୁଡାରୁ ଗୁରୁଚରଣ ବାଗ, ଇଟିଭି ଭାରତ