ETV Bharat / state

ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କୋରୋନାରେ ଆକ୍ରାନ୍ତ - ମାନଗଣ୍ୟ ବ୍ୟକ୍ତିଙ୍କୁ କୋରୋନା

ପ୍ରତିଦିନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ କୋରୋନା ରୋଗୀ ଚିହ୍ନଟ ହେଉଛନ୍ତି । ସାଧାରଣ ଲୋକଙ୍କ ସହ ବିଧାୟକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ କୋରୋନାରେ ସଂକ୍ରମିତ ହେଉଛନ୍ତି। ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ କୋରୋନା ହୋଇଥିବା ସୂଚନା ମିଳିଛି।

ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କୋରୋନାରେ ଆକ୍ରାନ୍ତ

author img

By

Published : Sep 24, 2020, 7:59 PM IST

ଝାରସୁଗୁଡ଼ା: ରାଜ୍ୟରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ କୋରୋନା ରୋଗୀ ଚିହ୍ନଟ ହେଉଛନ୍ତି । ସାଧାରଣ ଲୋକଙ୍କ ସହ ବିଧାୟକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ କୋରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ କୋରୋନା ହୋଇଥିବା ସୂଚନା ମିଳିଛି ।

Former MLA Radharani Panda positive for Corona
ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କୋରୋନାରେ ଆକ୍ରାନ୍ତ

ପଜିଟିଭ ଚିହ୍ନଟ ହେବାପରେ ସେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କ କର୍ମୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ତେବେ ସରକାରଙ୍କ ପକ୍ଷରୁ କୋରୋନାକୁ ନିୟନ୍ତ୍ରଣରେ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଏହା ସମୟକ୍ରମେ ଅଣାୟତ୍ତ ହେବାରେ ଲାଗିଛି ଏବଂ ଏଥିରୁ ବର୍ତ୍ତି ପାରି ନାହାନ୍ତି ମାନଗଣ୍ୟ ବ୍ୟକ୍ତିସମୂହ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.