ETV Bharat / state

ଆଜିଠୁ ଝାରସୁଗୁଡାରୁ ବାରଣାସୀକୁ ଉଡିଲା ବିମାନ - ଝାରସୁଗୁଡାରୁ ବାରଣାସୀକୁ ଉଡିଲା ବିମାନ

ଆଜିଠୁ(ଶୁକ୍ରବାର)ଝାରସୁଗୁଡ଼ାରୁ ବାରଣାସୀକୁ ଆରମ୍ଭ ହୋଇଛି ବିମାନ ସେବା ।

jharsuguda
ବାରଣାସୀକୁ ବିମାନ ସେବା ଆରମ୍ଭ
author img

By

Published : Jan 31, 2020, 3:12 PM IST

ଝାରସୁଗୁଡା: ପଶ୍ଚିମ ଓଡିଶା ପାଇଁ ଖୁସି ଖବର । ଆଜିଠୁ(ଶୁକ୍ରବାର)ଝାରସୁଗୁଡ଼ାରୁ ବାରଣାସୀକୁ ଆରମ୍ଭ ହୋଇଛି ବିମାନ ସେବା । ଭାୟା ଭୁବନେଶ୍ବର ଦେଇ ବାରଣାସୀକୁ ଉଡିଲା ଏଲାଏନ୍ସ ଏୟାର ବିମାନ । ଝାରସୁଗୁଡ଼ାରୁ ୧୦ଟାରେ ଛାଡ଼ିଥିବା ବିମାନ ଶୁକ୍ରବାର ୧୧.୧୫ ରେ ଭୁବନେଶ୍ବରରେ ପହଞ୍ଚିବ ଓ ୧୨.୧୫ରେ ଭୁବନେଶ୍ବର ଛାଡ଼ି ଅପରାହ୍ନ ୨ଟାରେ ବାରଣାସୀରେ ପହଞ୍ଚିବ।

ବାରଣାସୀକୁ ବିମାନ ସେବା ଆରମ୍ଭ

ସେଠାରୁ ପୁଣି ବିମାନ ୨.୩୦ରେ ବାରଣାସୀରୁ ଛାଡ଼ି ୪.୨୦ରେ ଭୁବନେଶ୍ବରରେ ପହଞ୍ଚିବ । ୪.୪୫ରେ ଭୁବନେଶ୍ବର ଛାଡ଼ି ସନ୍ଧ୍ୟା ୫.୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ।

ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀକୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭରଶୀଳ ଥିବାବେଳେ ଏବେ ମାତ୍ର ତିନି ଘଣ୍ଟା କୋଡିଏ ମିନିଟ ମଧ୍ୟରେ ପହଞ୍ଚି ପାରିବେ । ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ଅଭିବୃଦ୍ଧିରେ ଆଗକୁ ଦେଶର ପ୍ରମୁଖ ସହରକୁ ଯୋଡ଼ି ହେବା ପରେ ପର୍ଯ୍ୟଟନକ୍ଷେତ୍ର ପାଇଁ ଅନେକ ସୁଯୋଗ ସୃଷ୍ଟି କରିପାରୁଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ପଶ୍ଚିମଓଡିଶା ପାଇଁ ଖୁସି ଖବର । ଆଜିଠୁ ଝାରସୁଗୁଡ଼ାରୁ ବାରଣାସୀକୁ ଆରମ୍ଭ ହୋଇଛି ବିମାନ ସେବା । ଭୁବନେଶ୍ୱର ଦେଇ ବାରଣାସୀକୁ ଉଡିଲା ଏଲାଏନ୍ସ ଏଆର ବିମାନ । ଝାରସୁଗୁଡ଼ାରୁ ୧୦ଟାରେ ଛାଡ଼ିଥିବା ବିମାନ ଆଜି ୧୧.୧୫ରେ ଭୁବନେଶ୍ୱରରେ ପହଞ୍ଚିବ। ୧୨.୧୫ରେ ଭୁବନେଶ୍ୱର ଛାଡ଼ି ଅପରାହ୍ଣ ୨ଟାରେ ବାରଣାସୀରେ ପହଞ୍ଚିବ।ପୁଣି ବିମାନ ୨.୩୦ରେ ବାରଣାସୀ ଛାଡ଼ି ୪.୨୦ରେ ଭୁବନଶ୍ୱେରରେ ପହଞ୍ଚିବ । ୪.୪୫ରେ ଭୁବନେଶ୍ୱର ଛାଡ଼ି ସନ୍ଧ୍ୟା ୫.୫୦ରେ ଝାରସୁଗୁଡ଼ା ପହଞ୍ଚିବ ।ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀ କୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର ଥିବା ବେଳେ ମାତ୍ର ତିନି ଘଣ୍ଟା କୋଡିଏ ମିନିଟ ମଧ୍ୟରେ ପହଞ୍ଚି ପାରିବେ । ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଝାରସୁଗୁଡା । ଏହା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡା ବିମାନ ବନ୍ଦର ରେ ଯାତ୍ରୀଙ୍କ ଅଭିବୃଦ୍ଧି ଆଗକୁ ଦେଶର ପ୍ରମୁଖ ସହର କୁ ଯୋଡ଼ି ହେବା ପରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଅନେକ ସୁଯୋଗ ସୃଷ୍ଟି କରି ପାରୁଛି ।

ବାଇଟ1:ଅଭିଜିତ ଶତପଥୀ, ଷ୍ଟେସନ ମ୍ୟାନେଜର, ଏଲୟନ୍ସ ଏୟାର,ଝାରସୁଗୁଡା ।
ବାଇଟ2: ସୁଦେଶ କୁମାର ଚୌହାନ ନିର୍ଦ୍ଦେଶକ, ଝାରସୁଗୁଡା ବିମାନ ବନ୍ଦର ।Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.