ଝାରସୁଗୁଡା: ଜିଲ୍ଲାରେ ଆଉ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ପରେ କୋରୋନା ପଜିଟିଭ ସଂଖ୍ୟା ୬ କୁ ବୃଦ୍ଧି ହୋଇଛି। ବେଲପାହାଡ଼ ଶ୍ରୀରାମପଡ଼ାର ଜଣେ ୨୦ ବର୍ଷୀୟ ଯୁବକ ମହାରାଷ୍ଟ୍ରରୁ ଗତ ୨୧ ତାରିଖ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ୨୨ ତାରିଖରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଯୁବକଙ୍କ ସ୍ବାବ ପରୀକ୍ଷଣ ପାଇଁ ନିଆଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ପଜିଟିଭ ଜଣା ପଡିବାରୁ ତାଙ୍କୁ କୋଭିଡ଼ ହସ୍ପିଟାଲ ରାଉକେଲାରେ ଭର୍ତ୍ତି କରାଯାଇଛି । ବେଲପାହାଡ଼ ସହରରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ଗତକାଲି ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥ କଲ୍ୟାଣ ମଣ୍ଡପ ସ୍ଥିତ ସଙ୍ଗରୋଧ କେନ୍ଦ୍ର ସହିତ ଆଖପାଖ ଅଞ୍ଚଳକୁ ସିଲ କରି କଣ୍ଟେନମେଣ୍ଟ ଏବଂ ବଫର ଜୋନ ଘୋଷଣା କରାଯାଇଛି ।
ସେହିପରି କଣ୍ଟେନମେଣ୍ଟ ଓ ବଫର ଜୋନ ଅଞ୍ଚଳକୁ ଗତ ରାତିରେ ବେଲପାହାଡ଼ ପୌରପରିଷଦ ପକ୍ଷରୁ ସାନିଟାଇଜ କରାଯାଇଛି । ଗତ ୨୩ ତାରିଖ ଝାରସୁଗୁଡା ସହରରେ ଥିବା ମଙ୍ଗଳବଜାର ଅଞ୍ଚଳରେ ଗୋଟିଏ ପରିବାରରୁ ଦୁଇ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ । ଦୁଇ କରୋନା ପଜିଟିଭ ମଧ୍ୟରୁ ଜଣେ ପାଞ୍ଚ ବର୍ଷ ଥିବା ବେଳେ ଆଉ ଜଣେ ଦେଢ଼ ବର୍ଷ ଶିଶୁ କନ୍ୟା କୋଭିଡ଼ କେୟାର ସେଣ୍ଟରରେ ଅଛନ୍ତି ।
ଅନ୍ୟପଟେ ବ୍ରଜରାଜନଗର ହିଲଟପ କଲୋନୀ ଅଞ୍ଚଳରେ କରୋନା ସଂକ୍ରମିତ ହୋଇଥିବା ୪୦ ବର୍ଷ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲାରେ ଗତ ଏପ୍ରିଲ ୨୯ ତାରିଖରେ ବ୍ରଜରାଜନଗର ରେ ଜଣେ ବଙ୍ଗୀୟ ଫେରନ୍ତା ଯୁବତୀ ଓ ମେ ମାସ ୩ ତାରିଖରେ ଲଖନପୁର ବ୍ଲକର କୁଡ଼ାଲୋଏ ଅଞ୍ଚକରେ ଜଣେ ମହିଳାଙ୍କ ନିକଟରେ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା। ଏହା ଭିତରେ ଉଭୟ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି।
ଝାରସୁଗୁଡାରୁ ରବି ନାରାୟାଣ ସାହୁ, ଇଟିଭି ଭାରତ