ETV Bharat / state

ଅଦିନିଆ ବର୍ଷାରେ ମଣ୍ଡିରେ ପଡିଛି ଧାନ, ପ୍ରଶାସନ ନ ଶୁଣିଲେ ଛତିଶଗଡ଼ରେ ମିଶିଯିବାକୁ ଚାଷୀଙ୍କ ଚେତାବନୀ

ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ ଚାଷୀ ଅସନ୍ତୋଷ । ପଢନ୍ତୁ ଅଧିକ....

author img

By

Published : Feb 17, 2021, 10:37 PM IST

Updated : Feb 17, 2021, 10:47 PM IST

ଅଦିନିଆ ବର୍ଷାରେ ମଣ୍ଡିରେ ପଡିଛି ଧାନ
ଅଦିନିଆ ବର୍ଷାରେ ମଣ୍ଡିରେ ପଡିଛି ଧାନ

ଝାରସୁଗୁଡା:ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜାର ଚାରୋଟି ଗ୍ରାମ ପଞ୍ଚାୟତ ସମେତ କନକତୋରା ଓ ବାଦୀମାଲ ଗ୍ରାମ ପଞ୍ଚାୟତରେ ଏବେ ଶୁଭିଛି ସରକାର ବିରୋଧୀ ସ୍ବର । ଚଳିତ ବର୍ଷ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଓଡିଶା-ଛତିଶଗଡ଼ ଅଞ୍ଚଳର ସୀମାନ୍ତବର୍ତ୍ତି ଚାଷୀ ।

ଅଦିନିଆ ବର୍ଷାରେ ମଣ୍ଡିରେ ପଡିଛି ଧାନ, ପ୍ରଶାସନ ନ ଶୁଣିଲେ ଛତିଶଗଡ଼ରେ ମିଶିଯିବାକୁ ଚାଷୀଙ୍କ ଚେତାବନୀ

ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବରରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ୟାକ୍ସରେ କିଛିନାକିଛି ସମସ୍ୟା ଲାଗି ରହୁଛି । ଜିଲ୍ଲାରେ ୧୮ ହଜାର ୩୪୯ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବାବେଳେ ଆଜି ସୁଦ୍ଧା ମାତ୍ର ୧୨ ହଜାର ୬୬୧ ଜଣ ଚାଷୀ ୭ ଲକ୍ଷ ୫୭ ହଜାର କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି । ଗୋଟିଏ ପଟେ ଚଳିତ ବର୍ଷ ଟାର୍ଗେଟକୁ ନେଇ ଚାଷୀ ମାନେ ଦ୍ଵନ୍ଦରେ ରହୁଥିବା ବେଳେ ଜିଲ୍ଲାର ପଞ୍ଜିକୃତ ୩୧ ପ୍ରତିଶତ ଚାଷୀ ଆଶା ଓ ଆଶଙ୍କାରେ ।

ଅନ୍ୟପଟେ ଅଦିନିଆ ବର୍ଷା ପାଇଁ ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଥିବାବେଳେ ଛତିଶଗଡ଼ ସୀମାନ୍ତ ରେମତା, ଚାରପାଲି ଓ କନକତୋରା ପ୍ୟାକ୍ସ ଅନ୍ତର୍ଗତ ଚାଷୀମାନେ ଆଜି ଝାରସୁଗୁଡା ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଛନ୍ତି । ତ୍ରୁଟିପୂର୍ଣ୍ଣ ଧାନ କ୍ରୟନୀତି ଯୋଗୁଁ ଜିଲ୍ଲାର ଅନେକ କୃଷକଙ୍କ ଟୋକେନ୍ ଲ୍ୟାପ୍ସ ହୋଇଯାଇଛି । ଲ୍ୟାପ୍ସ ଟୋକେନର ନବୀକରଣ ଏବଂ ଧାନ କ୍ରୟ ପ୍ରକ୍ରିୟାକୁ ତ୍ବରାନିତ କରାଯିବା ପାଇଁ ଦାବି କରିଛନ୍ତି । ନଚେତ ଆଗାମୀ ୨୩ ତାରିଖରୁ ଚାଷୀମାନେ ଆନ୍ଦୋଳନ କରିବା ସହିତ ଛତିଶଗଡ଼ରେ ମିଶିଯିବାକୁ ଚେତାବନୀ ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

Last Updated : Feb 17, 2021, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.