ETV Bharat / state

ବ୍ରଜରାଜନଗରରେ ଜମୁଛି ପ୍ରଚାର

author img

By

Published : May 20, 2022, 10:46 PM IST

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରକାରୀସ୍ତରରେ ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା ବେଳେ ନିର୍ବାଚନରେ ବଡ ଲଢେଇର ସମ୍ମୁଖୀନ ହେବାକୁ ଯାଉଥିବା କଂଗ୍ରେସ, ବିଜେଡି ଓ ବିଜେପି ସମସ୍ତେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି । ଅଧିକ ପଢନ୍ତୁ

ବ୍ରଜରାଜନଗରରେ ଜମୁଛି ପ୍ରଚାର
ବ୍ରଜରାଜନଗରରେ ଜମୁଛି ପ୍ରଚାର

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରକାରୀସ୍ତରରେ ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା ବେଳେ ନିର୍ବାଚନରେ ବଡ ଲଢେଇର ସମ୍ମୁଖୀନ ହେବାକୁ ଯାଉଥିବା କଂଗ୍ରେସ, ବିଜେଡି ଓ ବିଜେପି ସମସ୍ତେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି । ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ୩୮ଟି ପଞ୍ଚାୟତ ଓ ୨ଟି ପୌରାଞ୍ଚଳକୁ ନେଇ ଗଠିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଗାଁ ଗାଁରେ ଚାଲିଛି ସଭା, ସମାବେଶ ଓ କର୍ମୀ ସମ୍ମିଳନୀ। ଆଜି କଂଗ୍ରେସ ପକ୍ଷରୁ ମଣ୍ଡଳିଆ ସ୍ଥିତ କାଳି ମନ୍ଦିର ପ୍ରାଙ୍ଗଣରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ AICC ସାଧାରଣ ସମ୍ପାଦକ ରୁଦ୍ର ରାଜୁ ଯୋଗଦେଇ ନିଜ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ବ୍ରଜରାଜନଗରରେ ଜମୁଛି ପ୍ରଚାର

ଅନ୍ୟପକ୍ଷରେ ବିଜେପି ଚାରଭାଟି ଠାରେ ଏକ ନିର୍ବାଚନୀ ସଭା କରିଥିଲା। ଏହି ସଭାରେ ବିଜେପି ଷ୍ଟାର ପ୍ରଚାରକ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ଟଙ୍କଧର ତ୍ରିପାଠୀ, ରବି ନାଏକ, ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖ ଯୋଗଦେଇ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ପ୍ରଚାର କରିଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.