ETV Bharat / state

ଝାରସୁଗୁଡାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ - ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସକାଶେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ବିଭିନ୍ନ ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ସକାଶେ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ ବୈଠକ ଝାରସୁଗୁଡା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସକାଶେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

author img

By

Published : Jun 19, 2022, 12:08 PM IST

ଝାରସୁଗୁଡା: ବିଭିନ୍ନ ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ ବୈଠକ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ବର ଅମାତ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ଓଡ୍ରାଫର ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଆଦି ବିଭିନ୍ନ ବିପର୍ଯ୍ୟୟ ସମୟରେ ଧନଜୀବନ ହାନିରୁ ନିଜକୁ କିପରି ରକ୍ଷା କରାଯାଇପାରିବ ସେସମ୍ପର୍କରେ ସମସ୍ତେ ସଚେତନ ହେବା ଉପରେ ବୈଠକରେ ଗୁରୁତ୍ତ୍ବାରୋପ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୱାଲ୍ ପେଣ୍ଟିଂ, କର୍ମଶାଳା ଓ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପୋଲିସ, ଅଗ୍ନିଶମ ବିଭାଗ, ଓଡ୍ରାଫ, ପଞ୍ଚାୟତିରାଜ ସଭ୍ୟ, ବିଭିନ୍ନ ସରକାରୀ ବିଭାଗ, ଏନସିସି, ଏନଏସଏସ ଓ ସ୍ବେଚ୍ଛେସେବୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଉଦ୍ଧାର ଓ ରିଲିଫ ସାମଗ୍ରୀ ପରିବହନ ସକାଶେ ଯାନବାହନର ବ୍ୟବସ୍ଥା, ଚୁଡ଼ା-ଚାଉଳ, ଗୁଡ଼ ସହ ମଣିଷ ଓ ଗୃହ ପାଳିତ ପଶୁଙ୍କ ପାଇଁ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏଦିଗରେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଆଶ୍ରୟ ପ୍ରଦାନ ପାଇଁ ଚିହ୍ନଟ ସ୍କୁଲ ମାନଙ୍କରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଓ ପାଇଖାନାର ବ୍ୟବସ୍ଥା ଗ୍ରହଣ ସ୍ବରୂପ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଗର୍ଭବତୀ ମହିଳା, ଶିଶୁ ଓ ରୋଗୀ ମାନଙ୍କ ଯତ୍ନ ଓ ଚିକିତ୍ସା ସକାଶେ ଆବଶ୍ୟକୀୟ ବ୍ୟବସ୍ଥା, ଖରିଫ ଚାଷ ନଷ୍ଟ ହେଲେ ଅଳ୍ପ ବ୍ୟବଧାନରେ କିପରି ଅନ୍ୟ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବା, ବିପର୍ଯ୍ୟୟ ପୂର୍ବରୁ ଟୀକାକରଣ ଓ ବିପର୍ଯ୍ୟୟ ପରେ ସ୍ବାସ୍ଥ୍ୟ ଶିବିର ଆୟୋଜନ ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ବିଭାଗ ଗୁଡିକ ନିଜନିଜ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଚାଲୁ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ବର ଅମାତ ଧନ୍ୟବାଦ ଅର୍ପଣ କରିଥିଲେ

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.