ETV Bharat / state

ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ନେତୃତ୍ବ ନେଉଛନ୍ତି ନବ ଦାସଙ୍କ ଝିଅ ଦୀପାଳି - କିର୍ମିରା ବ୍ଲକରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ଝାରସୁଗୁଡ଼ା କିର୍ମିରା ବ୍ଲକରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ । ବିଜେଡିର ଯୁବନେତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନେତୃତ୍ବରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ

ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ନେତୃତ୍ବ ନେଉଛନ୍ତି ନବ ଦାସଙ୍କ ଝିଅ ଦୀପାଳି

author img

By

Published : Oct 20, 2022, 9:56 AM IST

ଝାରସୁଗୁଡ଼ା: କିର୍ମିରା ବ୍ଲକର ୮ଟି ପଞ୍ଚାୟତରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଏହି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ବିଜେଡିର ଯୁବନେତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନେତୃତ୍ବରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ନେତୃତ୍ବ ନେଉଛନ୍ତି ନବ ଦାସଙ୍କ ଝିଅ ଦୀପାଳି

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ପଦଯାତ୍ରା କରି ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କର ଜମ କଲ୍ୟାଣକାରୀ ଯୋଜନା ପହଞ୍ଚାଉଛନ୍ତି ଦଳୀୟ ନେତା ଓ କର୍ମକର୍ତ୍ତା । ଏହି କ୍ରମରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକର ୮ଟି ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୁ ଜନତା ଦଳର ନେତୃମଣ୍ଡଳୀ ଜନ ସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ବିଜେଡି ସରକାରର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ଅବଗତ କରାଇଛନ୍ତି ।

ଏହି ପଦଯାତ୍ରା ଅବସରରେ ବିଜେଡିର ଯୁବନେତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ବିକାଶମୂଳକ କାର୍ଯ୍ୟ ଓ ରାଜ୍ୟବାସୀଙ୍କ ପ୍ରତି ସମର୍ପଣଭାବ ରାଜ୍ୟସୀଙ୍କୁ ଏହି ଜନ ସମ୍ପର୍କ ପଦଯାତ୍ରାରେ ଯୋଡୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ରାଜ୍ୟକୁ ବିକାଶଧାରାରେ ଆଗେଇ ନେଉଛି । ରାଜ୍ୟବାସୀଙ୍କ ସମର୍ଥନ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ରହିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.