ETV Bharat / state

ଜାନୁଆରୀ ମାସ ଶେଷ ସୁଦ୍ଧା ଆସିବ କୋଭିଡ଼ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ କୋଭିଡ ଟିକା ଉପଲବ୍ଦ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଅଧିକ ପଢନ୍ତୁ...

Covid vaccine will available on the last of January: Naba Das
ଜାନୁଆରୀ ମାସ ଶେଷ ସୁଦ୍ଧା ଆସିବ କୋଭିଡ଼ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Jan 4, 2021, 6:10 PM IST

Updated : Jan 4, 2021, 7:20 PM IST

ଝାରସୁଗୁଡ଼ା: ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ କୋଭିଡ଼ ଟିକା ଉପଲବ୍ଧ ହେବ ବୋଲି ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଟିକାକରଣ କରାଯିବ ବୋଲି ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ।

ଜାନୁଆରୀ ମାସ ଶେଷ ସୁଦ୍ଧା ଆସିବ କୋଭିଡ଼ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ଟିକାକରଣର ପ୍ରଥମ ପର୍ଯ୍ୟାୟରେ କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସରକାର ଜାରି କରୁଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ ପ୍ରୋଟୋକଲ ଅନୁଯାୟୀ ଡାକ୍ତରଙ୍କ ସମେତ ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟ କର୍ମୀ, କୋଭିଡ ଯୋଦ୍ଧାମାନେ ରାଜ୍ୟରେ ପ୍ରଥମେ ଟୀକାକରଣର ସୁବିଧା ପାଇବେ । ଦ୍ବିତୀୟ ପର୍ଯ୍ୟାୟରେ ବୃଦ୍ଧବୃଦ୍ଧାଙ୍କୁ ଟିକା ଦିଆଯିବ ଏବଂ ଅନ୍ୟମାନେ ପରେ କୋଭିଡ ଟୀକା ମାଗଣାରେ ପାଇବେ ।

ଟିକା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର, ପରିବହନ ବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ସୂଚନା ଦେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ପୂର୍ବରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ ଜାରି କରିସାରିଛି ଏବଂ ନିକଟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଡ୍ରାଏ ରନ କରାଯାଇଥିଲା । ଟିକା ଆସିବା ପରେ ଏହାକୁ ସୁରୁଖୁରୁରେ ଦେଶର କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ରାଜ୍ୟର ବିଭିନ୍ନ ମୁଖ୍ୟ ଡାକ୍ତରଖାନାରେ ଏହାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 4, 2021, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.