ETV Bharat / state

କୋଇଲା ଖଣି ଦ୍ୱାରା ବିସ୍ଥାପନ ସମସ୍ୟା: ଆଲୋଚନା ତାରିଖ ଘୁଞ୍ଚିଲା, ଧାରଣା ଜାରି

author img

By

Published : Jul 26, 2021, 10:37 PM IST

ଝାରସୁଗୁଡ଼ା ଜିଲା ଏମସିଏସ୍ ଲଖନପୁର ଖଣିକ୍ଷେତ୍ର ଅଧୀନରେ କ୍ଷତିଗ୍ରସ୍ତ ବିସ୍ଥାପିତ ଦର୍ଲିପାଲି ଗ୍ରାମବାସୀ । କୋଇଲା ଖଣି ଦ୍ୱାରା ବିସ୍ଥାପନ ସମସ୍ୟା, ତ୍ରିପାକ୍ଷିକ ଆଲୋଚନା 29 ତାରିଖକୁ ଘୁଞ୍ଚିଲା । ଅଧିକ ପଢନ୍ତୁ...

coal block displaced people problem in jharsuguda
କୋଇଲା ଖଣି ଦ୍ୱାରା ବିସ୍ଥାପନ ସମସ୍ୟା, ଆଲୋଚନା ତାରିଖ ଘୁଞ୍ଚିଲା ଧାରଣା ଜାରୀ

ଝାରସୁଗୁଡ଼ା: କୋଇଲା ଖଣି ଦ୍ୱାରା ବିସ୍ଥାପନ ସମସ୍ୟା, ତ୍ରିପାକ୍ଷିକ ଆଲୋଚନା 29 ତାରିଖକୁ ଘୁଞ୍ଚିଲା । ଝାରସୁଗୁଡ଼ା ଜିଲା ଏମସିଏସ୍ ଲଖନପୁର ଖଣିକ୍ଷେତ୍ର ଅଧୀନରେ କ୍ଷତିଗ୍ରସ୍ତ ବିସ୍ଥାପିତ ଦର୍ଲିପାଲି ଗ୍ରାମବାସୀ । ଦୀର୍ଘବର୍ଷର ଦାବି ପରେ ମଧ୍ୟ ଆବଶ୍ୟକ କ୍ଷତିପୂରଣ, ନିଯୁକ୍ତି ଓ ଥଇଥାନ ଆଦି ସୁବିଧାରୁ ବଞ୍ଚିତ ।

ଲଖନପୁର କୋଇଲାଖଣି ବିସ୍ଥାପିତ ସଂଗ୍ରାମ ସମିତି ନେତୃତ୍ବରେ ଦର୍ଲିପାଲିବାସୀ ଲଖନପୁର ଖଣିକ୍ଷେତ୍ରର ଗତ 28 ତାରିଖରୁ ଜିଏମ୍ ଅଫିସ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି । ବିସ୍ଥାପନ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଝାରସୁଗୁଡା ଜିଲାପାଳଙ୍କ ଅଫିସ ପରିସରରେ ଜିଲାପାଳଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା ହେବାର ଥିଲା । ମାତ୍ର ଏହା ନ ହୋଇ ଆସନ୍ତା 29 ତାରିଖକୁ ଘୁଞ୍ଚାଇଥିବା ଜିଲା ପ୍ରଶାସନ ପକ୍ଷରୁ ଲିଖିତ ସୂଚନା ଦିଆଯାଇଛି ବୋଲି ଆନ୍ଦୋଳନର ନେତୃତ୍ବ ନେଉଥିବା ସଂଗ୍ରାମ ସମିତିକୁ ଜଣାଯାଇଛି କହିଛନ୍ତି ଆବାହକ । ମାତ୍ର ଥାଇଥାନ ଓ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ସହ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଲଖନପୁର ଖଣିକ୍ଷେତ୍ର ଅଧୀନରେ ବେଲପାହାଡ଼ ଖୋଲାମୁହଁ କୋଇଲାଖଣି (ବିଓସିଏମ) ରୁ ମାତ୍ର କିଛିଦୂରରେ ସରଣ୍ଡାମାଲ ପଞ୍ଚାୟତରେ ଦର୍ଲିପାଲି ଗ୍ରାମ ରହିଥିବା ବେଳେ ଗାଁର ୨୫୬ ଏକର ଜମି ଏମସିଏଲ୍ ଦ୍ୱାରା ଅଧିଗ୍ରହଣ ପାଇଁ ଗତ ୧୯୯୫ ମସିହାରେ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଅଦ୍ୟାବଧି ଗ୍ରାମର ଅନେକ ପରିବାର କ୍ଷତିପୂରଣ ପାଇ ନ ଥିବା ବେଳେ ନିଯୁକ୍ତି, ଭୂମିହୀନ ଶ୍ରେଣୀଙ୍କ ସମସ୍ୟା, ପୁନର୍ବାସ ପାଇଁ ଅନ୍ୟତ୍ର ଥଇଥାନ, ଥଇଥାନ ସ୍ଥାନରେ ସମସ୍ତ ପ୍ରକାର ସାଧାରଣ ମୌଳିକ ସୁବିଧା ଯୋଗାଇ ଦିଆଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି।

ଝାରସୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.