ETV Bharat / state

ଆଜି ଝାରସୁଗୁଡା ଆସୁଛନ୍ତି Jyotiraditya Scindia, ପ୍ରସ୍ତୁତି ଶେଷ - ଝାରସୁଗୁଡା ଆସୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ

ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ( Civil Aviation Minister Jyotiraditya Scindia) ଝାରସୁଗୁଡ଼ା ଗସ୍ତ କରିବେ । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

ଆଜି ଝାରସୁଗୁଡ଼ା ଆସିବେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

author img

By

Published : Nov 22, 2021, 12:04 PM IST

ଝାରସୁଗୁଡା: ଦେଶର ବିଭିନ୍ନ ବିମାନବନ୍ଦରରୁ ରିଜିଓନାଲ କମ୍ୟୁନିକେଶନ ସ୍କିମ ଉଡାନ ଯୋଜନାରେ ନୂଆ ରୁଟରେ ବିମାନ ସେବା ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର(Veer Surendra Sai Airport)କୁ ନୋଡାଲ ବିମାନବନ୍ଦର ଭାବେ ଗ୍ରହଣ କରାଯାଇ ଉଡାନ ଦିବସ ((udaan utsav) ପାଳିତ ହେବ । ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଜ୍ୟୋତିରାଦିତ୍ୟ ସିନ୍ଧିଆ( Civil Aviation Minister Jyotiraditya Scindia)ଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଆଜି ଝାରସୁଗୁଡ଼ା ଆସିବେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଆଉ କିଛି ରୁଟ୍ ପାଇଁ ବିମାନ କିମ୍ବା ବିମାନ ବନ୍ଦରର ବିକାଶ ଦିଗରେ କୌଣସି ଘୋଷଣା କରିପାରନ୍ତି ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)ଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ସରକାରଙ୍କର ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ବପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି । ଦେଶର ବ୍ୟାବସାୟିକ ରାଜଧାନୀ ମୁମ୍ବାଇ ଏବଂ ଆଇଟି ହବ ବାଙ୍ଗାଲୋର ସହିତ ଭୁବନେଶ୍ବର, ରାୟପୁର, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ଚେନ୍ନାଇକୁ ଝାରସୁଗୁଡ଼ାରୁ ବିମାନ ସେବା ମିଳୁଛି ।

ଉତ୍ସବରେ ଦେଶର ଶ୍ରେଷ୍ଠ ବିମାନବନ୍ଦର ଓ ଏୟାରଲାଇନ୍ସକୁ ସମ୍ବର୍ଦ୍ଧିତ କରାଯିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିମାନବନ୍ଦରକୁ ସୁସଜ୍ଜିତ କରାଯାଇଛି । ଓଡିଶାର କଳା, ସଂସ୍କୃତି ଓ ଐତିହକୁ ନେଇ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନ ହୋଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘଙ୍କ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.