ETV Bharat / state

ବାଲ୍ୟ ବିବାହ ରୋକିବାରେ ଚାଇଲ୍ଡ ଲାଇନର ତତ୍ପରତା

author img

By

Published : Jun 30, 2021, 7:04 AM IST

ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ । ନାବାଳିକା ସହ ଜଣେ ଯୁବକର ବିବାହ ଖବର ପାଇବା ନେଇ କଲା ଚଢାଉ । ଅଧିକ ପଢନ୍ତୁ...

Child Line's urgency to prevent child marriage in jharsuguda
ବାଲ୍ୟ ବିବାହ ରୋକିବାରେ ଚାଇଲ୍ଡ ଲାଇନର ତତ୍ପରତା

ଝାରସୁଗୁଡା: ବାଲ୍ୟ ବିବାହ ରୋକିବାକୁ ତତ୍ପରତା ଦେଖାଇଲା ଚାଇଲ୍ଡ ଲାଇନ । ଦେଓଗଡର ତିଳେଇବଣି ବ୍ଲକର ଏକ ୧୭ ବର୍ଷୀୟ ନାଵାଳିକାକୁ ଝାରସୁଗୁଡା ଜିଲ୍ଲାର ଜଣେ ୨୪ବର୍ଷୀୟ ଯୁବକ ବିବାହ ହେବାର ନେଇ ସୂଚନା ପାଇଥିଲେ । ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ପାଖକୁ ଏକ ସୂଚନା ଆସିଥିଲା ।

ଏ ସମ୍ପର୍କରେ ତଦନ୍ତ କରିବାକୁ ଝାରସୁଗୁଡାର ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜକଙ୍କୁ ଅନୁରୋଧ କରିଥିଲେ । କୋଲାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀ ଏବଂ ସିଡିପିଓ ଏ ଘଟଣାକୁ ମିଳିତ ଭାବେ ତଦନ୍ତ କରି ନାବାଳିକାକୁ ଉଦ୍ଧାର କରିବାପାଇଁ ତତ୍ପରତା ଦେଖେଇଥିଲେ ।

ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ପଣ୍ଡା,ସଦସ୍ୟଙ୍କ ସହ ପୋଲିସ ଯୁବକଙ୍କ ଘରେ ପହଞ୍ଚି ଥିଲେ । ଯୁବକ ଏବଂ ଯୁବକର ବାପା ମାଆ ଏବଂ ପରିବାର ବର୍ଗ କହିଥିଲେ ଯେ ସେମାନେ ପୁଅ ସହିତ ନାବାଳିକାର ପିନ୍ଧାଣି କାର୍ଯ୍ୟକ୍ରମକୁ କେବଳ ହୋଇଛି । ସେମାନେ ନାବାଳିକା ସାଙ୍ଗରେ ଚାରି ମାସ ପରେ ବିବାହ କାର୍ଯ୍ୟକ୍ରମ କରିବୁ ବୋଲି କହିଥିଲେ । ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜକ ଯୁବକର ପରିବାର ବର୍ଗଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ ଏବଂ ଏହାର ଦଣ୍ଡ ବିଧାନ ଉପରେ ବୁଝେଇଥିଲେ ।

ଯୁବକର ପରିବାର ବର୍ଗ ନାବାଳିକାକୁ ୧୮ ବର୍ଷ ପୂରଣ ହେଲେ । ତା ସଙ୍ଗେ ଯୁବକର ବିବାହ କରିବୁ ବୋଲି ରାଜିନାମା ପତ୍ର ଦାଖଲ କରିଥିଲେ । ଏ ସମ୍ପର୍କରେ ଚାଇଲ୍ଡ ଲାଇନ ତରଫରୁ କୋଲାବିରା ପୋଲିସ ଷ୍ଟେସନରେ ଡାଏରି ମଧ୍ୟ କରାଯାଇଛି । ଏସମ୍ପର୍କରେ ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜକ ଉଭୟ ଝରସସୁଗୁଡା ଓ ଦେଓଗଡ ଶିଶୁ ମଙ୍ଗଳ କମିଟି,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କୁ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.