ETV Bharat / state

Jharsuguda ByPoll: ଦୁଇ ଦିନ ପରେ ଉପନିର୍ବାଚନ, ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

author img

By

Published : May 7, 2023, 9:22 AM IST

ଆଉ ଦୁଇଦିନ ପରେ ଝାରସୁଗୁଡା ଦେଖିବ ଉପନିର୍ବାଚନ । ଏନେଇ ଉଷ୍ମ ରାଜନୀତି ପାଣିପାଗ । ପ୍ରଚାର ସରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ନ କରିବାକୁ ନୋଟିସ ଜାରି ହୋଇଛି । ଅଧିକ ପଢନ୍ତୁ

ceo meeting for jharsuguda ByPoll
jharsuguda byelection

ଝାରସୁଗୁଡା: ଆଉ ଦୁଇ ଦିନ ପରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜୋରସୋର ପ୍ରଚାର ଚାଲିଛି । ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । କୌଣସି ନିୟମିତ, ଚୁକ୍ତିଭିତ୍ତିକ, ସାମୟିକ ଓ ଆଉଟ ସୋର୍ସିଙ୍ଗ ଦ୍ବାରା ନିଯୁକ୍ତି ପ୍ରାପ୍ତ କର୍ମଚାରୀ ନିର୍ବାଚନ ପ୍ରଚାରରେ ଯେପରି ସାମିଲ ନ ହୁଅନ୍ତି ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କିମ୍ବା ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଦଳ ବା ପ୍ରାର୍ଥୀଙ୍କୁ ଭୋଟଦାନ ପାଇଁ ପ୍ରରୋଚିତ କରିବା ଭଳି କାର୍ଯ୍ୟ ନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଭାସି ବୈଠକ ସମେତ ଆୟୋଜିତ ନିୟମିତ ବୈଠକମାନଙ୍କରେ ନିର୍ଦ୍ଦେଶ ଦେଇଛନ୍ତି ।

Jharsuguda ByPoll
Jharsuguda ByPoll

ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଆଦର୍ଶ ଆଚରଣ ବିଧିର ଉଚିତ ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । କୌଣସି କର୍ମଚାରୀ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଥିବାର ଦୃଷ୍ଟି ଗୋଚର ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇଥିଲେ । ଏହା ସତ୍ତ୍ୱେ କିଛି କର୍ମଚାରୀଙ୍କ ଦ୍ୱାରା ନିର୍ଦ୍ଦେଶ ଅବମାନନା କରିଥିବାର ଅଭିଯୋଗ ଆଧାରରେ 4ଜଣ କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଦେଖିବାକୁ ବାକି ରହିଲା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ ନେଇ କାରଣ ଦର୍ଶାଅ ନୋଟିସ ଜାରି ପରେ କଣ ଆଗକୁ ପଦକ୍ଷେପ ଗ୍ରହଣ କରାଯିବ । ଏହା ସହିତ ନିର୍ବାଚନରେ ସମସ୍ତ ବୁଥରେ ୱେବକାଷ୍ଟିଂ ହେବ । 250 ବୁଥରେ ୱେବକାଷ୍ଟିଂ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ଉପନିର୍ବାଚନ ପରିପ୍ରେକ୍ଷୀରେ ପୋଲିସ-ମାଜିଷ୍ଟ୍ରେଟ ମଧ୍ୟରେ ସମନ୍ବୟ ରକ୍ଷା ପୂର୍ବକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଅପରାଧିକ କାର୍ଯ୍ୟ କଳାପ ଉପରେ ରୋକ ଲଗାଇବା,ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକା ଅନୁସାରେ ସମସ୍ତ ନୀତି ନିୟମ ଅନୁପାଳନ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁରୁଖୁରୁରେ ଉପନିର୍ବାଚନ ଶେଷ କରିବା ଦିଗରେ ବିସ୍ତୃତ ଆଲୋଚନା ହୋଇଛି । ଫ୍ଲାଇଂ ସ୍କ୍ବାର୍ଡ, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ପୋଲିସ୍ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ନିର୍ବାଚନ ପ୍ରକ୍ରିୟାରେ ମୁତୟନ ପୋଲିସ ବାହିନୀ ଓ ମାଜିଷ୍ଟ୍ରେଟ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଥିଲେ । ବିନା ପକ୍ଷପାତରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଦାୟିତ୍ବ ନିର୍ବାହ ପାଇଁ ସତର୍କ କରାଯାଇଛି ।

ଏହା ବି ପଢନ୍ତୁ...Jharsuguda By Poll: ହେଭିୱେଟଙ୍କ ପ୍ରଚାରରେ କମ୍ପିବ ମୈଦାନ, ପ୍ରଚାର କରିବେ ନବୀନ-ଧର୍ମେନ୍ଦ୍ର

ପ୍ରକାଶଥାଉ କି, ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚ ଅନୁଷ୍ଠିତ ହେବ । ମେ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଆଜି ହେବିୱେଟଙ୍କ ନିର୍ବାଚନୀ ପ୍ରଚାରରେ କମ୍ପିବ ଝାରସୁଗୁଡା ମୈଦାନ । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ପ୍ରସଙ୍ଗ ନା ବ୍ୟକ୍ତିତ୍ବ କାହାକୁ ଦେଖି ପ୍ରାର୍ଥୀଙ୍କୁ ଭୋଟ ଦେବେ ଝାରସୁଗୁଡାବାସୀ ତାହା ସମୟ କହିବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.