ETV Bharat / state

ଇଭିଏମ ଟ୍ୟାମ୍ପରିଂ ମାମଲା: ବିରୋଧିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଜବାବ

ଇଭିଏମ ଟ୍ୟାମ୍ପରିଂକୁ ନେଇ ବିରୋଧିଙ୍କ ପକ୍ଷରୁ ଆସିଥିବା ଅଭିଯୋଗରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

author img

By

Published : May 22, 2019, 9:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତା ଦଖଲ କରିବ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ଏକଜିଟ ପୋଲରେ ଦର୍ଶାଯିବା ପରେ ପ୍ରତିକ୍ରିୟାଶୀଳ ହୋଇଲସ ଉଠିଛନ୍ତି ବିରୋଧି। ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ସହ ଇଭିଏମ ଉପରେ ଦୋଷ ଦେବା ଆରମ୍ଭ କରିଦେଲେଣି ସେମାନେ।

ଗତକାଲି ନୂଆଦିଲ୍ଲୀ ଠାରେ ୨୦ଟି ବିରୋଧୀ ଦଳ ଇଭିଏମକୁ ନେଇ ଆପତ୍ତି ଉଠାଇଥିଲେ। ଯେଉଁଥିରେ ଭୋଟ ଗଣତି ପୂର୍ବରୁ ଆଗୁଆ ଭିଭିପ୍ୟାଟର ଭୋଟ ଗଣତି କରି ଇଭିଏମ ସହ ମିଳାଇବା ପାଇଁ ଦାବି ଜଣାଇଥିଲେ। ସମସ୍ତ ଷ୍ଟ୍ରଙ୍ଗ ରୁମ୍ ୨୪ ଘଣ୍ଟିଆ ସିସିଟିଭି ନଜରରେ ଥିବା ବେଳେ କେନ୍ଦ୍ରୀୟ ସୁରକ୍ଷା ବଳ ସେଗୁଡ଼ିକୁ ଜଗିଥିବା ଏବଂ ଇଭିଏମ ଓ ଭିଭିପ୍ୟାଟକୁ ଦୁଇସ୍ତରୀୟ ଲକ୍ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଅନ୍ୟପକ୍ଷରେ ଇଭିଏମକୁ ନେଇ ବିରୋଧୀ ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନ ଇଭିଏମର ବ୍ୟବହାର ହୋଇଛି। ମାତ୍ର ଏହା ପୂର୍ବରୁ ରାଜସ୍ଥାନ ଏବଂ ଛତିଶଗଡରେ ହୋଇଥିବା ବିଧାନସଭା ନିର୍ବାଚନରେ ଇଭିଏମ ବ୍ୟବହୃତ ହୋଇଥିଲା। ଏହି ଦୁଇ ରାଜ୍ୟରେ ହୋଇଥିବା ନିର୍ବାଚନକୁ ରଦ୍ଦ କରି ଦେଖାଇବା ପାଇଁ ବିରୋଧିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ସେ ।

ଝାରସୁଗୁଡାରୁ ରବି ନାରୟଣ ସାହୁ, ଇଟିଭି ଭାରତ

Format:AVB Date:22/05/2019
Place: Jharsuguda

Anchor: ବିଭିନ୍ନ ଗଣମାଧ୍ୟମ ପକ୍ଷରୁ NDA ପୁଣି ଥରେ କ୍ଷମତା ଦଖଲ କରିବ ବୋଲି ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇବା ସହ EVM ଉପରେ ଦୋଷ ଦେବା ଆରମ୍ଭ କରିଦେଲେଣି । ଗତକାଲି  ନୂଆଦିଲ୍ଲୀରେ ୨୦ଟି ବିରୋଧୀ ଦଳ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଆପତ୍ତି ଉଠାଇଥିଲେ। ଯେଉଁଥିରେ ଭୋଟ ଗଣତି ପୂର୍ବରୁ ଆଗୁଆ ଭିଭିପ୍ୟାଟର ଭୋଟ ଗଣତି କରି ଇଭିଏମ ସହ ମିଳାଇବା ପାଇଁ ଦାବି କରିଥିଲେ।

ସମସ୍ତ ଷ୍ଟ୍ରଙ୍ଗ ରୁମ୍ ୨୪ ଘଣ୍ଟିଆ ସିସିଟିଭି ନଜରରେ ଥିବା ବେଳେ କେନ୍ଦ୍ରୀୟ ସୁରକ୍ଷା ବଳ ସେଗୁଡ଼ିକୁ ଜଗିଥିବା ଏବଂ ଇଭିଏମ ଓ ଭିଭିପ୍ୟାଟକୁ ଦୁଇ ସ୍ତରୀୟ ଲକ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।ଅନ୍ୟପକ୍ଷରେ ବିରୋଧୀ ଅଭିଯୋଗ ଉପରେ  କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି ।

ବାଇଟ1:ଜୁଏଲ ଓରାମ, କେନ୍ଦ୍ର ମନ୍ତ୍ରୀ । ( byte in FTP)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.