ETV Bharat / state

Panchayat Poll: ଲଖନପୁର ଜୋନ ୨ ଆସନ ପାଇଁ ଟଣାଓଟରା

author img

By

Published : Feb 10, 2022, 8:52 PM IST

ଝାରସୁଗୁଡ଼ାରେ ସରଗରମ ହୋଇଛି ରାଜନୈତିକ ପାଣିପାଗ । ଓଡ଼ିଶାର ବୃହତ୍ତମ ବ୍ଲକ ମଧ୍ୟରେ ରହିଛି ଲଖନପୁର ବ୍ଲକ ଏବଂ ଇତିହାସ କହେ ଏହା କଂଗ୍ରେସର ଗଡ଼ । ହେଲେ କଣ ହେବ ସ୍ଥିତି ତାହା ସମୟ କହିବ । ଅଧିକ ପଢନ୍ତୁ

Panchayat Poll: ଲଖନପୁର ଜୋନ ୨ ଆସନ ପାଇଁ ଟଣାଓଟରା
Panchayat Poll: ଲଖନପୁର ଜୋନ ୨ ଆସନ ପାଇଁ ଟଣାଓଟରା

ଝାରସୁଗୁଡ଼ା: ଆଉ କିଛି ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଗାଁ ଗାଁରେ ଜୋର ଧରୁଛି ପ୍ରଚାର । ବିଭିନ୍ନ ପ୍ରକାର ସମସ୍ୟାକୁ ମୁଦ୍ଦା କରି ଭୋଟ ଭିକ୍ଷା କରୁଛନ୍ତି ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳ । ଓଡ଼ିଶାର ବୃହତ୍ତମ ବ୍ଲକ ମଧ୍ୟରେ ରହିଛି ଲଖନପୁର ବ୍ଲକ ଏବଂ ଇତିହାସ କହେ ଏହା କଂଗ୍ରେସର ଗଡ଼ ।

ଲଖନପୁର ବ୍ଲକରେ ସବୁଠାରୁ ବଡ଼ ସମସ୍ୟା ହେଉଛି ହିରାକୁଦ ବିସ୍ଥାପିତଙ୍କ ସମସ୍ୟା । ଗୋଟିଏ ପଟେ ରାଜ୍ୟ ସରକାର ୨ ହଜାର ହିରାକୁଦ ବିସ୍ଥାପିତ ପରିବାରକୁ ୧୦ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରିଛନ୍ତି । ତେବେ ଏହାକୁ ମୁଦ୍ଦା କରି ଓ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ପାଥେୟ କରି ବିଜେଡି ପ୍ରାର୍ଥୀ ଅକ୍ଷୟ ସାହୁ ନିର୍ବାଚନୀ ମଇଦାନରେ ଭୋଟ ଭିକ୍ଷା କରୁଥିବା ନଜର ଆସିଛି । ଅନ୍ୟ ପକ୍ଷରେ ବିଜେପି ଏହାକୁ ଟାର୍ଗେଟ କରି ବିସ୍ଥାପିତ, ଅଞ୍ଚଳରେ ପାନୀୟ ଜଳର ସମସ୍ୟା, ବେକାରୀ ସମସ୍ୟା ଭଳି ମୁଦ୍ଦାକୁ ନେଇ ନିଜ ପ୍ରାର୍ଥୀ ଉତ୍ତମ ନେଗୀ ପାଇଁ ନିର୍ବାଚନୀ ମଇଦାନରେ ଭୋଟ ଭିକ୍ଷା କରୁଥିବା ନଜର ଆସିଛି ।

ସେପଟେ କଂଗ୍ରେସ ମଧ୍ୟ ପଛରେ ନାହିଁ । ଜଣେ ପୁରୁଣା କଂଗ୍ରେସ କର୍ମୀ ବେଣୁଧର ଭୋଇଙ୍କୁ ଲଖନପୁର ଜୋନ ୨ର ଜିଲ୍ଲା ପରିଷଦ ଆସନରେ ଲଢ଼େଇ କରିବା ପାଇଁ ନିର୍ବାଚନୀ ମଇଦାନରେ ଓହ୍ଲାଇଥିବା ବେଳେ, ବିସ୍ଥାପନ ସମସ୍ୟାକୁ ନେଇ ଏବଂ କଂଗ୍ରେସର ଗଡ଼ ହୋଇଥିବା କହି ଲୋକଙ୍କୁ ଭୋଟ ଭିକ୍ଷା କରୁଥିବା ନଜର ଆସିଛି । ତେବେ ଏହି ବ୍ଲକରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିଏ ବାଜି ମାରିବ ତାହା ଭୋଟର ହିଁ ମତ ସାବ୍ୟସ୍ତ କରି ଜଣାଇବେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.