ETV Bharat / state

ଯୁବ ଛାତ୍ର ସମ୍ମିଳନୀରେ ବିଜେଡି ନେତାଙ୍କ ଅଭିଭାଷଣ ପ୍ରସଙ୍ଗ ନେଇ ବିଜେପିର ପ୍ରଶ୍ନ

ଝାରସୁଗୁଡା ଠାରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା ‘ ବିଜେଡ଼ି ଯୁବ ଓ ଛାତ୍ର ସମ୍ମିଳନୀ’ରେ ବିଜେଡ଼ି ନେତାଙ୍କ ଭାଷଣର ପ୍ରତିକ୍ରିୟାରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଝାରସୁଗୁଡା ଜିଲ୍ଲାରେ ଗୋଟିଏ ବି ସରକାର ମହାବିଦ୍ୟାଳୟ ନାହିଁ । ଅଧିକ ପଢନ୍ତୁ...

ଯୁବ ଛାତ୍ର ସମ୍ମିଳନୀ’ରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ

author img

By

Published : Jan 12, 2021, 7:42 PM IST

ଝାରସୁଗୁଡା: ‘ଯୁବଛାତ୍ର ସମ୍ମିଳନୀ’ରେ ବିଜେଡି ନେତାଙ୍କ ଅଭିଭାଷଣ ପ୍ରସଙ୍ଗରେ ବିଜେପିର ପ୍ରଶ୍ନ । ଏକ ପ୍ରେସ ଇସ୍ତାହାର ଜରିଆରେ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ଠାରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା ‘ ବିଜେଡ଼ି ଯୁବ ଓ ଛାତ୍ର ସମ୍ମିଳନୀ’ରେ ବିଜେଡ଼ି ନେତାଙ୍କ ଭାଷଣର ପ୍ରତିକ୍ରିୟାରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଝାରସୁଗୁଡା ଜିଲ୍ଲାରେ ଗୋଟିଏ ବି ସରକାରୀ ମହାବିଦ୍ୟାଳୟ ନାହିଁ ।

ଝାରସୁଗୁଡା ଲକ୍ଷ୍ମୀ ନାରାୟଣ କଲେଜକୁ ସରକାରୀ ମାନ୍ୟତା କେବେ ମିଳିବ ? ବିଭିନ୍ନ କ୍ରୀଡ଼ାର ଯୁବ ଖେଳାଳୀଙ୍କୁ ଝାରସୁଗୁଡ଼ାରେ ପ୍ରୋତ୍ସାହନ କେବେ ? ଝାରସୁଗୁଡା ଜିଲ୍ଲାର ଲକ୍ଷ୍ମୀ ନାରାୟଣ କଲେଜକୁ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳି ନଥିବାବେଳେ କେବେ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦିଆଯିବ ? ଏହାର ଉତ୍ତର ଝାରସୁଗୁଡା ଜିଲ୍ଲାର ବିଜେଡି ଯୁବ ଛାତ୍ରନେତା ଉତ୍ତର ରଖିବେ କି ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ।

ବିଜେଡି ବିଧାୟକ ନବ ଦାସ ଲୋକଙ୍କ ଟିକସରେ ଗୋଟିଏ ପରେ ଗୋଟିଏ ଦାମୀ ଦାମୀ ଗାଡ଼ି କିଣୁଛନ୍ତି । ମାତ୍ର ଏଠାରେ ସରକାରୀ ମହାବିଦ୍ୟାଳୟ ନଥିବାବେଳେ ଯୁବକଙ୍କୁ ରୋଜଗାର ସୁଯୋଗ ମିଳୁନାହିଁ । କେବଳ ନିଜ ସଉକକୁ ପୂରା କରିବା ପାଇଁ ଏପରି ବଡ ବଡ ଦାମୀ ଗାଡ଼ି କିଣି ଯୁବକଙ୍କ ପାଇଁ ରୋଜଗାର ବ୍ୟବସ୍ଥା ନକରିବା ପ୍ରଶ୍ନର ଉତ୍ତର ବିଜୁ ଯୁବଛାତ୍ର ରଖିବେ କି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

ହକି, ଫୁଟବଲ ଭଳି କ୍ରୀଡ଼ାର ଏନ୍ତୁଡ଼ିଶାଳରେ ଝାରସୁଗୁଡ଼ାରେ ଯୁବ ଖେଳାଳୀଙ୍କୁ ପ୍ରୋତ୍ସାହନ କାହିଁକି ନାହିଁ । ଯୁବକଙ୍କୁ ବାରମ୍ବାର ଅନେକ କ୍ରୀଡା ଛାତ୍ରାବାସ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ପ୍ରତାରଣା କାହିଁକି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ବିଧାୟକଙ୍କ ଅପାରଗତା କାରଣରୁ ଝାରସୁଗୁଡ଼ାବାସୀମାନେ ଅନେକ ହଇରାଣର ସମ୍ମୁଖୀନ ହେଉଛନ୍ତି । କଳକାରଖାନାର ବିଷାକ୍ତ ଧୂଆଁ , ପାଉଁଶ କାରଣରୁ ଲୋକମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ତେବେ ଏଥିପାଇଁ ବିଧାୟକ ନବ ଦାସ କେବେ ପଦକ୍ଷେପ ନେବେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.