ETV Bharat / state

ଉପନିର୍ବାଚନ ତାତି ! 12 ଦଫା ଦାବି ନେଇ ଝାରସୁଗୁଡା ପୌର କାର୍ଯ୍ୟାଳୟ ଘେରିଲା ବିଜେପି

12 ଦଫା ଦାବିରେ ଝାରସୁଗୁଡା ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ଲୋକଙ୍କ ସମସ୍ୟାକୁ ମୁଦ୍ଦା କରି ସରକାରଙ୍କୁ ଘେରିଛି ବିଜେପି । ଅଧିକ ପଢ଼ନ୍ତୁ

12 ଦଫା ଦାବିରେ ପୌର ପରିଷଦ ଘେରିଲା ବିଜେପି
12 ଦଫା ଦାବିରେ ପୌର ପରିଷଦ ଘେରିଲା ବିଜେପି
author img

By

Published : Mar 16, 2023, 4:47 PM IST

12 ଦଫା ଦାବିରେ ପୌର ପରିଷଦ ଘେରିଲା ବିଜେପି

ଝାରସୁଗୁଡା: ମୁଣ୍ଡ ଉପରେ ଝାରସୁଗୁଡା ଉପନିର୍ବାଚନ । ସରଗରମ ହେଲେଣି ରାଜନୀତି । ଉପନିର୍ବାଚନରେ ଜୟଯୁକ୍ତ ହେବା ପାଇଁ ସବୁ ଦଳ ଆରମ୍ଭ କରିଛି କସରତ । ସରକାରଙ୍କୁ ଘୋରିବା ପାଇଁ ରଣନୀତି ପ୍ରସ୍ତୁତ କଲେଣୀ ବିରୋଧୀ ଦଳ । ଲୋକଙ୍କ ସମସ୍ୟାକୁ ମୁଦ୍ଦା କରି ସରକାରଙ୍କୁ ଘେରିଛି ବିଜେପି । ଏହିକ୍ରମରେ ୧୨ ଦଫା ଦାବି ନେଇ ଜିଲ୍ଲା ବିଜେପି ପକ୍ଷରୁ ଝାରସୁଗୁଡା ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଝାରସୁଗୁଡା ସହର IB ନିକଟରୁ ପୌର କାର୍ଯ୍ୟାଳୟ ଯାଏଁ ବିଜେପି କର୍ମୀମାନେ ଏକ ରାଲି କରିବା ସହ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ବିଜେପିର ୧୨ ଦଫା ଦାବି ହେଲା, ଝାରସୁଗୁଡା ସହର ସ୍ଥିତ ମଙ୍ଗଳ ବଜ଼ାରରେ ଥିବା ପୂରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରୂପେ ଘୋଷଣା କରି 24 ଘଣ୍ଟିଆ ଚିକିତ୍ସା ସେବା ପ୍ରଦାନ କରିବା । ଝାରସୁଗୁଡା L. N କଲେଜ ଓ ଓମେନ୍ସ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିବା । ଝାରସୁଗୁଡା ପୌରାଞ୍ଚଳରେ ରହୁଥିବା ଭୂମିହୀନମାନଙ୍କୁ ଜମି ପଟା ପ୍ରଦାନ କରିବା । ସହରରେ ଥିବା ଡ୍ରେନ, ରାସ୍ତାଘାଟ ପରିଷ୍କାର, ଷ୍ଟ୍ରିଟ ଲାଇଟର ମରାମତି କରି ଆଇନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା । ଏହାସହ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କୁ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ହିତାଧାରୀକୁ ଆବାସ ବଣ୍ଟନ ଆଦି ଦଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଏହି ଘେରାଉ କରାଯାଇଥିଲା । ଏହାସହ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଥିଲା ବିଜେପି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ୧୪ଟି ସାମୁଦ୍ରିକ ଓ ନଦୀଭିତ୍ତିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି: ବାଣିଜ୍ୟ ମନ୍ତ୍ରୀ

ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ନାରା ବାଜି କରିଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ଉପନିର୍ବାଚନ ଥିବା ବେଳେ ଏହା ଏକ ପ୍ରକାର ବିଜେପିର ଶକ୍ତି ପ୍ରଦର୍ଶନ କହିଲେ ଅତ୍ୟୁକ୍ତି ହେବନାହିଁ । ବିଜେପି ବର୍ତ୍ତମାନ ପୌରାଞ୍ଚଳରେ ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଆଜି ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଶତାଧିକ ମହିଳା ଏବଂ ପୁରୁଷ ବିଜେପି କର୍ମୀ ଯୋଗଦାନ କରିଛନ୍ତି । ଝାରସୁଗୁଡା ପୌରପାଳିକାରେ ହେଉଥିବା ବ୍ୟାପକ ଦୁର୍ନୀତି ବିରୋଧରେ କରି ବିଜେପି ପକ୍ଷରୁ ଏପରି ଆନ୍ଦୋଳନ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.