ETV Bharat / state

ପିଏମ ଆବାସ ଯୋଜନାରେ ଦୁର୍ନୀତି, ବ୍ଲକ ଆଗରେ ଗର୍ଜୁଛି ବିଜେପି

author img

By

Published : Jul 7, 2021, 5:13 PM IST

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏହି ଦୁର୍ନୀତିକୁ ପ୍ରତିବାଦ କରି ଆଜିଠୁ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ ଦଳ । ଅଧିକ ପଢନ୍ତୁ...

ପିଏମ ଆବାସ ଯୋଜନାରେ ଦୁର୍ନୀତି, ବ୍ଲକ ଆଗରେ ଗର୍ଜୁଛି ବିଜେପି
ପିଏମ ଆବାସ ଯୋଜନାରେ ଦୁର୍ନୀତି, ବ୍ଲକ ଆଗରେ ଗର୍ଜୁଛି ବିଜେପି

ଝାରସୁଗୁଡା: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ବିଜେପି । ଏହାକୁ ପ୍ରତିବାଦ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଦଳ ପକ୍ଷରୁ ଝାରସୁଗୁଡା ଜିଲ୍ଲାର ଇଇକେଲା ଏବଂ କିର୍ମିରା ବ୍ଲକ ଘେରାଉ କରାଯାଇଛି । ଆଜିଠାରୁ ତିନି ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ବିଜେପି ବିକ୍ଷୋଭ କରିବ ବୋଲି ଜଣାପଡିଛି ।

ବିଜେପିର ଅଭିଯୋଗ ଅନୁଯାୟୀ, ପିଏମ ଆବାସ ଯୋଜନାରେ ପ୍ରାୟ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି । କେଉଁ ଅଯୋଗ୍ୟ ହିତାଧିକାରୀଙ୍କ ବାପାଙ୍କ ନାଁରେ ଘର ଦିଆଯାଇଛି ତ, ଗୁହାଳ ପାଇଁ କାହାକୁ ମିଳିଛି ଅର୍ଥ । ଅଧିକାଂଶ ଘର ନିର୍ମାଣ ନିମ୍ନମାନର ହୋଇଥିବାବେଳେ ସେଥିରେ ଝରକା ନାହିଁ କି ଶୌଚାଳୟ ନାହିଁ । ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନଥିବା ବେଳେ ଝାରସୁଗୁଡ଼ାକୁ ମାତ୍ର ୪ଟି ଘର ମିଳିଛି । ଏସବୁ ଅନିୟମିତତାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ରାଜ୍ୟରେ ଭୂମିହୀନଙ୍କୁ ତୁରନ୍ତ ଘରଡ଼ିହ ପ୍ରଦାନ କରାଯାଉ ବୋଲି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଦାବି କରିଛନ୍ତି ।

ସେପଟେ ଆବାସଠୁ ଆରମ୍ଭ କରି ସବୁ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଆବାସ କେଳେଙ୍କାରୀର ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ । ଏବେ ରାଜ୍ୟକୁ ମିଳିଥିବା ୮ ଲକ୍ଷ ୧୭ ହଜାର ଆବାସ କେବଳ ୨୧ଟି ଜିଲ୍ଲାରେ ଆବଣ୍ଟିତ କରି ବାକି ୯ଟି ଜିଲ୍ଲାକୁ ଗୋଟିଏ ବି ଦେଇନାହାନ୍ତି । ତେଣୁ ଏଭଳି ପାତର ଅନ୍ତର ନୀତି କାହିଁକି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.