ETV Bharat / state

ମଙ୍ଗଳବଜାର ହସ୍ପିଟାଲର ଉନ୍ନତିକରଣ ଦାବି, ବିଜେପିର ଆନ୍ଦୋଳନ ଚେତାବନୀ

author img

By

Published : Jul 26, 2023, 3:38 PM IST

ମଙ୍ଗଳବଜାର ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ ଓ ସିଟି ହସ୍ପିଟାଲ ଘୋଷଣା ନ ହେବା ଯାଏଁ ଭାରତୀୟ ଜନତା ପାର୍ଟି ସ୍ଵର ଉତ୍ତୋଳନ କରିବ ନେଇ ଯୁବ ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି । ଅଧିକ ପଢନ୍ତୁ

bjp press meet
bjp press meet

bjp press meet

ଝାରସୁଗୁଡା: ମଙ୍ଗଳବଜାର ହସ୍ପିଟାଲର ରୂପାନ୍ତରୀକରଣକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଝାରସୁଗୁଡା BTM ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଝାରସୁଗୁଡ଼ା ମଙ୍ଗଳବଜାର ହସ୍ପିଟାଲ ଅନୁମୋଦନକୁ ନେଇ ଆଲୋଚନା ହୋଇଥିଲା । ଅନ୍ୟପଟେ ମଙ୍ଗଳବଜାର ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ ଓ ସିଟି ହସ୍ପିଟାଲ ଘୋଷଣା ନହେବା ଯାଏଁ ଭାରତୀୟ ଜନତା ପାର୍ଟି ସ୍ଵର ଉତ୍ତୋଳନ କରିବ ବୋଲି ବିଜେପି ନେତା କହିଛନ୍ତି ।

ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି, "ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନଙ୍କ ଚକ୍ରାନ୍ତ ଦ୍ଵାରା ଏହି ହସ୍ପିଟାଲକୁ ଜନଗହଳି ଏବଂ ସର୍ବ ସମ୍ପନ୍ନ ସ୍ଥାନରୁ ଏକ ନିଛାଟିଆ ଯାଗାକୁ ତରବରିଆ ଭାବରେ ସ୍ଥାନାନ୍ତରଣ କରି ଜିଲ୍ଲାବାସୀଙ୍କୁ ଠକି ଦେଇଛନ୍ତି । ଯାହା ଦୁର୍ଭାଗ୍ୟଜନକ ଅଟେ । ତରବରିଆ ଓ ମନମୁଖୀ ଭାବେ ସ୍ଥାନାନ୍ତରଣ ସମୟରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଉକ୍ତ ଡାକ୍ତରଖାନାକୁ ସିଟି ହସ୍ପିଟାଲ୍ କିମ୍ଵା ଅର୍ବାନ CHC ରୂପ ଦିଆଯିବ । କିନ୍ତୁ ତାହା ଏଯାଏଁ ହୋଇ ପାରିନାହିଁ ।" ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କ ଏହି ପ୍ରତିଶ୍ରୁତିକୁ ନେଇ ଆଶଙ୍କା ପ୍ରକାଶ କରି ଅନେକ ଆନ୍ଦୋଳନ କରି ଆସୁଛି।

ଏହା ମଧ୍ୟ ପଢନ୍ତୁ- ମଙ୍ଗଳବଜାର ହସ୍ପିଟାଲର ହେବ ରୂପାନ୍ତରୀକରଣ, ଦାବିପତ୍ର ପ୍ରଦାନ କଲେ ଦୀପାଳି

ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି, "ଭାରତୀୟ ଜନତା ପାର୍ଟି ପକ୍ଷରୁ ମଙ୍ଗଳବଜାର ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ଟ୍ୱିଟ୍‌ ମଧ୍ୟ କରାଯାଇଥିଲା । କିନ୍ତୁ ଅତି ଦୁଃଖର କଥା ଏହାର କିଛି ସମୟ ଅନ୍ତରାଳରେ କିଛି ନଜାଣି ବିଧାୟିକା ଦିପାଳୀ ଦାସ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଖାଇ ଡିଣ୍ଡିମ ପିଟିବାରେ ବ୍ୟସ୍ତ ଅଛନ୍ତି । ଏପରି ରାଜନୀତି ଜିଲ୍ଲାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରେ । ତେବେ ଯଥା ଶୀଘ୍ର ମଙ୍ଗବଜାର ସ୍ଥିତ ବନ୍ଦ ପଡ଼ିଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ କାର୍ଯ୍ୟକ୍ଷମ ସହ ସିଟି ହସ୍ପିଟାଲ୍ କିମ୍ଵା ଅର୍ବାନ CHCରେ ରୂପାନ୍ତର କରନ୍ତୁ ନଚେତ୍ ଆସନ୍ତା ସମୟରେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ।" ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଳ, ପ୍ରେମ ସେନ ରାୟ, ଲଲିତ ମଗର, ସନ୍ତୋଷ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.