ETV Bharat / state

ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, ଝାରସୁଗୁଡ଼ାରେ ରୁଦ୍ଧଦ୍ବାର ବୈଠକ - ଝାରସୁଗୁ଼ଡ଼ା ଉପନିର୍ବାଚନ ନେଇ ବିଜେଡି ପ୍ରସ୍ତୁତି ବୈଠକ

ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ । ଆଗମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା । ଅଧିକ ପଢ଼ନ୍ତୁ

bjd internal meeting in jharsuguda
ଝାରସୁଗୁଡ଼ାରେ ବିଜେଡିର ପ୍ରସ୍ତୁତି ବୈଠକ
author img

By

Published : Apr 7, 2023, 4:51 PM IST

ଝାରସୁଗୁଡ଼ାରେ ବିଜେଡିର ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ଉପନିର୍ବାଚନ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ନିଜର ପ୍ରାର୍ଥୀ କରିବ ବୋଲି ବିଜେଡି ଆଗୁଆ ଘୋଷଣା କରିସାରିଛି । ଏହି ପରିପ୍ରେକ୍ଷୀରେ ଉପନିର୍ବାଚନର ପ୍ରସ୍ତୁତି ପାଇଁ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଆଜି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Jharsuguda ByPoll: ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲରେ ଉପନିର୍ବାଚନର ପ୍ରସ୍ତୁତି ପାଇଁ ରୁଦ୍ଧଦ୍ବାର ବୈଠକ ହୋଇଛି । ଆୟୋଜିତ ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ତିନି ଜଣ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ଯୋଗ ଦେଇଥିଲେ । ସେହପରି ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଲ ଦାସ ମଧ୍ୟ ଉପସ୍ଥିତ ଥିଲେ । ବରିଷ୍ଠ ନେତୃ ମଣ୍ଡଳୀଙ୍କ ନେତୃତ୍ବରେ ଏହି ରୁଦ୍ଧଦ୍ବାର ବୈଠକ ହୋଇଛି । ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉପନିର୍ବାଚନରେ ରଣନୀତି କଣ ରହିବ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଉପନିର୍ବାଚନ ପାଇଁ ଲଇକେରା, କିରମୀରା, କୁଲାବିରା ଓ ଝାରସୁଗୁଡ଼ା ବ୍ଳକ ସହିତ ପୌରାଞ୍ଚଳ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ବିଜେଡି । ଏଥିସହ ଉକ୍ତ ବ୍ଲକଗୁଡ଼ିକର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି । ଆଗମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦଳର ବିଭିନ୍ନ କାର୍ଯ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଏହା ମଧ୍ୟ ପଢ଼ନ୍ତୁ: ଅନ୍ୟ ଦଳ ସହ ଟକ୍କର ଦେବ କଳିଙ୍ଗ ସେନା, ଝାରସୁଗୁଡା ଉପନିର୍ବାଚନ ପାଇଁ ଘୋଷଣା କଲା ପ୍ରାର୍ଥୀ

ଏନେଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଏହା ଏକ ଆଭ୍ୟନ୍ତରିଣ ବୈଠକ ଥିଲା । ବିଧିବଦ୍ଧ ଭାବେ ବୈଠକ ହେବା ପୂର୍ବରୁ ଦଳର ବରିଷ୍ଠ ନେତାଙ୍କ ନେତୃତ୍ବରେ ଉପନିର୍ବାଚନକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।" ଝାରସୁଗୁଡ଼ା ଉପନିର୍ବାଚନ ସମୟ ନିକଟତର ହେଉଛି । ସମୟ ଯେତିକି ପାଖଉଛି ରାଜନୈତିକ ପାଣିପାଗ ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ଗୋଟିଏ ପଟେ ବିରୋଧୀ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ବିଜେଡି ଆଗୁଆ ଏକ ସାଙ୍ଗଠନିକ ବୈଠକ କରିସାରିଲାଣି । ତେଣୁ କଂଗ୍ରେସ ଓ ବିଜେପିର କିଏ ହେବ ବିଧାୟକ ଚେହେରା, ତାହାକୁ ନେଇ ଚାଲିଛି ଜୋରସୋର ଚର୍ଚ୍ଚା ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.