ETV Bharat / state

Jharsuguda Bypoll: ନାମାଙ୍କନ ପତ୍ର ଦାଖଲ କଲେ ଦୀପାଳି - ଦୀପାଳି ଦାସ

ବିରାଟ ପଟୁଆରେ ଯାଇ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ । ଏହି ଅବସରରେ ଦୀପାଳି କହିଛନ୍ତି ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି । ଅଧିକ ପଢନ୍ତୁ

Deepali das files nomination paper
Deepali das files nomination paper
author img

By

Published : Apr 18, 2023, 6:27 PM IST

Updated : Apr 18, 2023, 8:06 PM IST

Jharsuguda Bypoll: ନାମାଙ୍କନ ପତ୍ର ଦାଖଲ କଲେ ଦୀପାଳି

ଝାରସୁଗୁଡ଼ା: ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । କଂଗ୍ରେସ, ବିଜେପି ପରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥିନୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଏ ଦୀପାଳି ଦାସ । ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ଦୀପାଳି । ଏହି ଅବସରରେ ଏକ ଶୋଭାଯାତ୍ରା ମନମୋହନ ସ୍କୁଲରୁ ବାହାରିଥିଲା । ତେବେ ଏହି ଉପନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଦୀପାଳି କହିଛନ୍ତି ।

ଝଣ୍ଡାପଡ଼ା, ମାଙ୍ଗଳବଜାର ଛକ, ରେଳ ଷ୍ଟେସନ, କନକ ଦୁର୍ଗା ମନ୍ଦିର, ପୁରୁଣା ବସ୍ତି ଛକ, ବସଷ୍ଟାଣ୍ଡ ଛକ, ବେହେରାମାଲ, କିସାନଛକ ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପ୍ରସ୍ଥାବକ ଭାବରେ ରାଜୁ ପାଣିଗ୍ରାହୀ, ସମର୍ଥକମାନେ ରହିଛନ୍ତି । ଲଇକେରା, କୋଲାବିରା, କିର୍ମିରା ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ଝାରସୁଗୁଡ଼ା ସହରାଞ୍ଚଳ,ବେଲପାହାଡ଼,ବ୍ରଜରାଜନଗର ସମେତ ଲଖନପୁର ଅଞ୍ଚଳରୁ ହଜାର ହଜାର ବିଜେଡି କର୍ମୀମାନେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ- Jharsuguda By Poll: ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ଝାରସୁଗୁଡ଼ା ପାଟଣେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନମୋହନ ସ୍କୁଲ ପଡ଼ିଆକୁ ପହଞ୍ଚି ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାରେ ପର୍ଯ୍ୟବେକ୍ଷକ ଶାରଦା ନାଏକ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ରଙ୍କ ସମେତ ବହୁ ମନ୍ତ୍ରୀ, ନେତା, ବିଧାୟକ ଓ ପ୍ରାୟ ୨୦ରୁ ୨୫ ହଜାର ସମର୍ଥକ ସାମିଲ ହୋଇଥିଲେ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଏହି ଉପନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଦୀପାଳି କହିଛନ୍ତି ।

ଏହା ବି ପଢନ୍ତୁ- Jharsuguda By Elections: ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ

ସର୍ବପ୍ରଥମେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଗତ ୧୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହାପରେ ଗତକାଲି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ଭରିଥିଲେ । ସୂଚନା ଥାଉ କି ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ପଡ଼ିବ । ମେ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନ ଖାଲିଥିଲା । ଏଥିପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Apr 18, 2023, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.