ETV Bharat / state

ବାଲ୍ୟବିବାହ ମୁକ୍ତ ହେବ ଝାରସୁଗୁଡା, ଆରମ୍ଭ ହେଲା ବିଜୟିନୀ ଅଭିଯାନ - jharsuguda campaign for ending child marriage

ଝାରସୁଗୁଡ଼ା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ଭାବେ "ବିଜୟିନୀ" କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ବିଜୟିନୀ କାର୍ଯ୍ୟକ୍ରମକୁ ନେଇ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ବାଲ୍ୟବିବାହ ମୁକ୍ତ କରିବା ପାଇଁ  ବିଜୟିନୀ ଅଭିଯାନ ଆରମ୍ଭ

author img

By

Published : Oct 12, 2022, 1:53 PM IST

ଝାରସୁଗୁଡ଼ା: ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ବିଜୟିନୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ବିଜୟିନୀ କାର୍ଯ୍ୟକ୍ରମକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

ବାଲ୍ୟବିବାହ ମୁକ୍ତ କରିବା ପାଇଁ ବିଜୟିନୀ ଅଭିଯାନ ଆରମ୍ଭ

ସ୍ବତନ୍ତ୍ର ଭାବରେ ଝାରସୁଗୁଡ଼ା ରେ ଏହି ଅଭିଯାନ ଯାହାର ନା "ବିଜୟିନୀ" ରଖାଯାଇଛି ଏହା କାର୍ଯ୍ୟ କରିବା ସହ ଲୋକଙ୍କୁ ସଚେତନ କରାଇବ । ଏହାର ମୂଳ ଲକ୍ଷ୍ୟ ରହିବ ଯେ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା । କେମିତି ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବ ପିଲାମାନଙ୍କୁ ସେନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ବାଲ୍ୟବିବାହ ଭଳି କୁସଂସ୍କାରକୁ ସମାଜରୁ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଚାଇଲ୍ଡ ଲାଇନର ଅଧକ୍ଷା ଆନନ୍ଦିନୀ ପାଢୀ ଓ ଜିଲ୍ଲା ସଂଯୋଜିକା ବାଲ୍ୟ ବିବାହ ରଞ୍ଜିତା ଦାଶଙ୍କ ସମେତ ଆଦି ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।

ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି," ଜାତୀୟ ବାଳିକା ଦିବସକୁ ଆମେ ମିଶେଇକି କରିଛୁ ଏହି କାର୍ଯ୍ୟକ୍ରମ । ଏଥିରେ ବିଭିନ୍ନ ବର୍ଗ ଯୋଗ ଦେଇଥିଲେ । ପିଲାମାନଙ୍କର ଭଲ ସ୍ବାସ୍ଥ୍ୟ ଓ ସେମାନଙ୍କ ଭବିଷ୍ୟତ ପାଇଁ ସରକାରଙ୍କର ଯେତେ ସବୁ ଯୋଜନା ଅଛି ତାହା କିଭଳି ଭାବରେ କାର୍ଯ୍ୟକାରୀ କରାଯାଇ ପାରିବ ସେ ଦିଗରେ ଧ୍ୟାନ ଦିଆଯିବ । ବିଶେଷତଃ ଯେଉଁ ପିଲାମାନେ ବାପା ମାଆ ଛେଉଣ୍ଡ ହେଉଛନ୍ତି, ଅର୍ଥନୈତିକ ଅଭାବରୁ ଶିକ୍ଷା ଲାଭ କରିପାରୁନାହାନ୍ତି । ତେବେ କିଭଳି ଏହାର ରୂପାୟନ କରାଯିବ ସେ ଦିଗରେ କାର୍ଯ୍ୟ ଚାଲିଛି । ତେଣୁ ଏନେଇ ଝାରସୁଗୁଡା ଜିଲ୍ଲା ପାଇଁ ଜିଲ୍ଲାସ୍ତରରେ ପିଲାମାନଙ୍କ ପାଇଁ ଦିନଟିଏ ଏବଂ ବାଳିକା ଦିବସକୁ ଏକତ୍ର ଭାବେ ପାଳନ କରାଯାଇଛି । "

ଇଟିଭି ଭାରତ,ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.