ଝାରସୁଗୁଡ଼ା: 12 ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଝାରସୁଗୁଡାରେ ଦେଖିବାକୁ ମିଳିଛି l ପଛୁଆବର୍ଗ, ଦଳିତ, ଆଦିବାସୀ ଓ ଅଳ୍ପ ସଂଖ୍ୟକ ସମନ୍ବୟ ମଞ୍ଚ ଝାରସୁଗୁଡା ଜିଲ୍ଲା ପକ୍ଷରୁ ସମର୍ଥନ କରି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ଦେଖାଦେଇଛି l ସହରର ବିଭିନ୍ନ ଛକ ମାନଙ୍କରେ ପିକେଟିଂ କରାଯାଉଛି l
ସୁପ୍ରିମକୋର୍ଟ ରାୟ ପରେ ମଧ୍ୟ ଉପରୋକ୍ତ ବର୍ଗଙ୍କୁ ସୁରକ୍ଷା ପ୍ରଦାନ ଦିଗରେ କେନ୍ଦ୍ର ସରକାରଙ୍କର ଏଭଳି ଆଭିମୁଖ୍ୟକୁ ବିରୋଧ କରାଯାଇଛି । ଏହାଦ୍ବାରା ଦେଶର ସମ୍ବିଧାନକୁ ଉଲଙ୍ଘନ କରାଯାଇ ପଛୁଆବର୍ଗ, ଦଳିତ, ଆଦିବାସୀ ଓ ଅଳ୍ପସଂଖ୍ୟକଙ୍କ ପ୍ରତି ଅନ୍ୟାୟ କରାଯାଉଛି । ଏହାର ପ୍ରତିବାଦରେ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜିଲ୍ଲାବାସୀ ।
ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏଥିରେ ଜରୁରୀକାଳୀନ ସେବା ଯଥା- ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟ ସମ୍ବନ୍ଧିତ, ଦୁଗ୍ଧ ପରିବହନ ଭଳି ଆବଶ୍ୟକୀୟ ସେବାକୁ ବନ୍ଦରୁ ବାଦ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ