ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଣ୍ଟି ହାଇଜ୍ୟାକିଂ ମକ୍ ଡ୍ରିଲ୍ ହୋଇଯାଇଛି । ସକାଳ 11ଟାରେ ବିମାନବନ୍ଦରରେ ଏହି ମକ୍ ଡ୍ରିଲ୍ ହୋଇଥିଲା । କୌଣସି ଆତଙ୍କବାଦୀ କିମ୍ବା ଶତ୍ରୁ ଆକ୍ରମଣ ସ୍ଥିତିରେ କିଭଳି ବିମାନବନ୍ଦର ସୁରକ୍ଷା କରାଯିବ, ସେ ନେଇ ଅଭ୍ୟାସ କରାଯାଇଛି ।
ଏଥିରେ ବିମାନବନ୍ଦରର ସମସ୍ତ ସୁରକ୍ଷାକର୍ମୀ ସାମିଲ ହୋଇଥିଲେ ଓ ବୀର ସୁରେନ୍ଦ୍ରସାଏ ବିମାନବନ୍ଦରର ସୁରକ୍ଷା ପାଇଁ ମକ୍ ଡ୍ରିଲ କରିଥିଲେ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ