ETV Bharat / state

ପୁଣି ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡିବ ବିମାନ - ଝାରସୁଗୁଡା ବିମାନ ସେବା

flight services Jharsuguda to bhubaneswar: ଏଲାଏନ୍ସ ଏୟାର ପକ୍ଷରୁ ଝାରସୁଗୁଡାରୁ ଭୁବନେଶ୍ବରକୁ ଆରମ୍ଭ ହେବ ବିମାନ ସେବା । ଚଳିତ ମାସ 16 ତାରିଖରୁ ଉଡାଣ କରିବ ବିମାନ। ଅଧିକ ପଢନ୍ତୁ

alliance air
alliance air
author img

By ETV Bharat Odisha Team

Published : Dec 9, 2023, 11:06 AM IST

ଭୁବନେଶ୍ବରକୁ ଉଡିବ ବିମାନ

ଝାରସୁଗୁଡା: ପୁଣି ଥରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ବକୁ ଉଡିବ ବିମାନ । ଝାରସୁଗୁଡାରୁ ସିଧା ରାଜଧାନୀକୁ ବିମାନ ଯୋଗେ ଯାତ୍ରା କରିବେ ଯାତ୍ରୀ । ଏହି ସେବା ବର୍ତ୍ତମାନ ବନ୍ଦ ରହିଥିବା ବେଳେ ପୁଣି ଆରମ୍ଭ ହେବାକୁ ଯାଉଛି । ଏଲାଏନ୍ସ ଏୟାର ପକ୍ଷରୁ ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ କରିବ । ଡିସେମ୍ବର 16 ତାରିଖରୁ ଝାରସୁଗୁଡାରୁ ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ ହୋଇ ମାର୍ଚ୍ଚ 30 ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟା 5ଟା 30 ମିନିଟରେ ଏହା ଭୁବନେଶ୍ବରରୁ ଝାରସୁଗୁଡାରୁ ଉଡାଣ କରିବ । ଏହାପରେ 5ଟା55 ମିନିଟ ସମୟରେ ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡାଣ କରିବ । ଏନେଇ ବିମାନବନ୍ଦର ନିର୍ଦ୍ଦେଶ ସୂଚନା ଦେଇଛନ୍ତି । ଶୀତ ଦିନ ଶେଷ ହେବା ପରେ ଏହି ସେବା ଜାରି ରହିବ ନା ନାହିଁ ତାହା ଯାତ୍ରୀ ସଂଖ୍ୟା ଉପରେ ନିର୍ଭର କରେ ।

ଉଡ଼ାନ ଯୋଜନାରେ ଆରମ୍ଭ ହୋଇଥିବା ଏହି ବିମାନବନ୍ଦରରେ ବର୍ତ୍ତମାନ ବିଭିନ୍ନ ଏୟାର୍ଲାଇନ୍ସ ପକ୍ଷରୁ ବିମାନ ସେବା ଜାରି ରହିଛି । ପ୍ରଥମେ ଏୟାର ଓଡ଼ିଶା, ଏଲାଏନ୍ସ ଏୟାର, ସ୍ପାଇସଜେଟ ପକ୍ଷରୁ ବିମାନ ସେବା ପ୍ରଦାନ କରାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏୟାର ଓଡ଼ିଶା ବିମାନ ସେବା ବନ୍ଦ କରିଥିଲେ ମଧ୍ୟ ଏଲାଏନ୍ସ ଏୟାର, ସ୍ପାଇସଜେଟ ଜାରି ରଖିଥିଲା ବିମାନ ସେବା । ବର୍ତ୍ତମାନ କିଛି ମାସ ହେବ ଇଣ୍ଡିଗୋ ଏୟାର୍ଲାଇନ୍ସ ପକ୍ଷରୁ ବିମାନ ସେବା ପ୍ରଦାନ କରାଯାଇଛି । ଗ୍ରୀଷ୍ମ ଋତୁ ଶେଷ ହେବା ପରେ ଦୀର୍ଘ ଡେଢ଼ ମାସ ଧରି ଏଲାଏନ୍ସ ଏୟାର ପକ୍ଷରୁ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ସେବା ବନ୍ଦ ହୋଇଯାଇଥିଲା । ଭୁବନେଶ୍ୱର ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ- Rourkela to Kolkata flight service: ନଭେମ୍ବର 1ରୁ ରାଉରକେଲାରୁ କୋଲକାତାକୁ ଉଡିବ ବିମାନ

ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ବରକୁ ଯାତ୍ରା ପାଇଁ ଏଲାଏନ୍ସ ଏୟାର ପୁନଃ ବିମାନ ସେବା ଯୋଗାଇ ଦେବାକୁ କୁହାଯାଇଥିଲା । ତେବେ ଏଥିରେ ଏକ ପ୍ରକାର ମୋହର ଲାଗି ସାରିଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଚଳିତ ମାସ ଅର୍ଥାତ ଡିସେମ୍ବର ୧୬ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ । ଏହା ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.