ଝାରସୁଗୁଡା: ସ୍ଥାନୀୟ ମଙ୍ଗଳବଜାର ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ ଓଡିଶା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ ।
କେବଳ ଝାରସୁଗୁଡ଼ା ଜିଲ୍ଲାରୁ ୧୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ଯୋଗ ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ: ଅବହେଳିତ ବାବାଡେରା ଗୁମ୍ଫା: ଧ୍ୟାନ ଦେଉନି ପ୍ରଶାସନ, ପରିଚୟ ହରାଉଛି ପର୍ଯ୍ୟଟନସ୍ଥଳୀ
ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ଖେଳାଳିଙ୍କୁ ବେଶ ଉତ୍ସାହିତ କରିବା ସହିତ ଏକ ନୂଆ ଅଭିଜ୍ଞତା ଆଣିଦେବ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ