ETV Bharat / state

Jharsuguda Bypoll: ଆଉ 2ଦିନ ପରେ ପଡ଼ିବ ଭୋଟ, କମ୍ପୁଛି ନିର୍ବାଚନୀ ମଇଦାନ

author img

By

Published : May 7, 2023, 5:52 PM IST

Updated : May 7, 2023, 6:49 PM IST

ଝାରସୁଗୁଡ଼ାରେ ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । ଆଉ ମାତ୍ର 2ଟା ଦିନ ରହିଥିବା ବେଳେ କମ୍ପୁଛି ପ୍ରଚାର ମଇଦାନ । ଆଜି ନିଜ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଖନ୍ତୁ ଏହି ରିପୋର୍ଟ

Jharsuguda Bypoll
Jharsuguda Bypoll
Jharsuguda Bypoll: ଆଉ 2ଦିନ ପରେ ପଡ଼ିବ ଭୋଟ, କମ୍ପୁଛି ନିର୍ବାଚନୀ ମଇଦାନ

ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । ଆଉ 2 ଦିନ ପରେ ଝାରସୁଗୁଡ଼ାରେ ପଡ଼ିବ ଭୋଟ। ପ୍ରାର୍ଥୀମାନେ ଘରକୁ ଘର ବୁଲି କରୁଛନ୍ତି ଜୋରଦାର ପ୍ରଚାର। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜ ବାପାଙ୍କ ନାଁ ନେଇ ଭୋଟ ମାଗୁଥିବା ବେଳେ ସେପଟେ ବିଜେପି ପ୍ରାର୍ଥୀଙ୍କ ଲାଗି ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନତମାମ ପ୍ରାର୍ଥୀମାନଙ୍କ ପ୍ରଚାରରେ କମ୍ପୁଛି ସହରର ଗଳିକନ୍ଦି । ନିର୍ବାଚନୀ ପ୍ରଚାରରେ ବିଜେଡି ଦଳ ଆଗୁଆ ରହିଥିବା ବେଳେ ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ବିଭିନ୍ନ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟିର ୱର୍ଡ ମାନଙ୍କରେ ଘରକୁ ଘର ବୁଲି ଭୋଟ ପ୍ରଚାର କରୁଥିବା ନଜର ଆସିଛି । ରାଜ୍ୟର 3 ପ୍ରମୁଖ ଦଳର ପ୍ରାର୍ଥୀମାନେ ନିର୍ବାଚନରେ ନିଜ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆଜି ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ଲାଗି ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ପହଞ୍ଚିଛନ୍ତି। ଦିନତମାମ୍ ତାଙ୍କର ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅପରାହ୍ନରେ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ଅମଲିପାଲିଠାରେ ଜନସମାବେସକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥିନୀ ଦିପାଳୀ ଦାସ ଘରକୁ ଘର ପ୍ରଚାର କରୁଥିବା ବେଳେ ଦଳର ବରିଷ୍ଠ ନେତାମାନେ କର୍ମୀ ସମ୍ମିଳନୀ ସହିତ ବିଭିନ୍ନ ସମାଜକୁ ନେଇ ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବାରେ ଲାଗିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଦୀପାଳି କହିଛନ୍ତି, "ମୁଖ୍ୟମନ୍ତ୍ରୀ ମୋ ବାପା ସାଜି ପ୍ରଚାର ପାଇଁ ଆସିଛନ୍ତି । ଆଜି ଯଦି ମୋ ବାପା ଜୀବିତ ଥାଆନ୍ତେ ତେବେ ସେ ମଧ୍ୟ ମୋ ପାଇଁ ପ୍ରଚାର କରିଥାଆନ୍ତେ । ଖାସ କରି ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇଁ ଝାରସୁଗୁଡାବାସୀ ବେଶ ଉତ୍ସାହିତ ଅଛନ୍ତି । ଆଉ ମୁଁ ମଧ୍ୟ ବହୁତ ଖୁସି ଅଛି । ସମସ୍ତେ ମୋତେ ଆଶୀର୍ବାଦ କରୁଛନ୍ତି । ଏହାର ଫଳାଫଳ ମଧ୍ୟ ଆସନ୍ତା 10 ତାରିଖରେ ଦେଖିବାକୁ ମିଳିବ ।"

ଏହା ବି ପଢନ୍ତୁ- Jharsuguda By Poll: 7ରେ ହାଇଭୋଲଟେଜ ପ୍ରଚାର

ସେପଟେ ଏଥର ଝାରସୁଗୁଡ଼ା ପରିବର୍ତ୍ତନ ଦେଖିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଓ ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତିକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚିଛି ବିଜେପି । କଂଗ୍ରେସ ପ୍ରାର୍ଥୀ ମଧ୍ୟ ନିଜର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି। ହେଲେ ଏଥର କିନ୍ତୁ ଭୋଟର ନୀରବ । ବିଭିନ୍ନ ଦଳ ସପକ୍ଷରେ କେତେକ ଭୋଟର ମତ ଦେଉଥିବା ବେଳେ କିଛି ଭୋଟର ବିକାଶକୁ ଆଖି ଆଗରେ ରଖି ମତଦାନ କରିବେ ବୋଲି କହିଛନ୍ତି । ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ମଇଦାନରେ ସବୁଦଳର କସରତ ଏବଂ ଭୋଟରଙ୍କୁ ସିଧାସଳଖ ଭେଟିବାର ପ୍ରକ୍ରିୟା କେଉଁ ଦଳକୁ ବିଜୟ ମୁକୁଟ ପିନ୍ଧାଇବ ତାହା ଆଗାମୀ ୧୦ତାରିଖରେ ଜଣାପଡ଼ିବ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : May 7, 2023, 6:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.