ଝାରସୁଗୁଡ଼ା : ଝାରସୁଗୁଡ଼ାର ଏକ କ୍ବାରେଣ୍ଟାଇନ ସେଣ୍ଟରରୁ ଖସି ପଳାଇ ଥିବା ଅଭିଯୁକ୍ତକୁ କାବୁ କରିଛି ପୋଲିସ । 10 ଦିନ ତଳେ ରାଉରକେଲା ନାଲା ରୋଡ ଅଞ୍ଚଳର ଜଣେ ଯୁବକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲେ । ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ନେଇ କ୍ବାରେଣ୍ଟାଇନ ସେଣ୍ଟରରେ ରଖିଥିଲା ।

ସମ୍ପୃକ୍ତ ଯୁବକଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା । ସୋମବାର ସକାଳୁ ଯୁବକ ଜଣଙ୍କ କ୍ବାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲେ । ଯୁବକଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ସୂଚନା ପାଇ ପୋଲିସ ରାତି ଅଧରେ ଚଢାଉ କରି ଗିରଫ କରୁଥିଲା ।
ତେବେ, ଯୁବକ ଜଣକ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ