ETV Bharat / state

ଟ୍ରଲର ଧକ୍କାରେ 2 ଭାଇଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଚାପା ଉତ୍ତେଜନା

author img

By

Published : Oct 25, 2019, 3:01 PM IST

ଝାରସୁଗୁଡା ସହର ନିକଟସ୍ଥ ବଡମାଳ ଥାନା ଅଧୀନରେ ଥିବା ଏସଏମସି ପାୱାର ପ୍ଲାଣ୍ଟ ଛକରେ ଟ୍ରଲର ଧକ୍କାରେ 2 ଭାଇଙ୍କ ମୃତ୍ୟୁ । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଟ୍ରଲର ଧକ୍କାରେ 2 ଭାଇଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଝାରସୁଗୁଡା ସହର ନିକଟସ୍ଥ ବଡମାଳ ଥାନା ଅଧୀନରେ ଥିବା ଏସଏମସି ପାୱାର ପ୍ଲାଣ୍ଟ ଛକରେ । ମୃତକ 2 ଭାଇ ହେଲେ ତୁମ୍ବେକେଲା ଗ୍ରାମର 45 ବର୍ଷୀୟ ଶାନ୍ତନୁ ଭଇଁଷା ଓ 42 ବର୍ଷୀୟ ଜଗନ୍ନାଥ ଭଇଁଷା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାନୁସାରେ, ଶୁକ୍ରବାର ସକାଳ 10ଟାରେ ଏକ ଲୁହାପଥର ବୋଝେଇ ଟ୍ରଲର ଏସଏମସି ପାୱାର ପ୍ଲାଣ୍ଟ ଛକ ଦେଇ ଯାଉଥିବାବେଳେ ଏକ ବାଇକକୁ ଧକ୍କା ଦେଇଥିଲା । ଉକ୍ତ ବାଇକରେ ଶାନ୍ତନୁ ଓ ଜଗନ୍ନାଥ ଯାଉଥିଲେ । ଟ୍ରଲ ଧକ୍କାରେ ଉଭୟ ଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ସେପଟେ ଘଟଣାର ଖବର ପାଇଁ ବଡମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ସମ୍ବଲପୁର-ରାଉରକେଲା ଏକ୍ସପ୍ରେସକୁ ୱେକୁ ଅବରୋଧ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଝାରସୁଗୁଡ଼ା ସହର ନିକଟସ୍ଥ ବଡ଼ମାଳ ଥାନା ଅଧିନରେ ଥିବା ଏସଏମସି ପାୱାର ପ୍ଲାଣ୍ଟ ଛକ ରେ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଏକ ଲୁହା ପଥର ବୋଝେଇ ଟ୍ରଲର ( ଓଡ଼ି ୧୬ ଏଫ୍ ୮୫୦୭) ସେହି ରାସ୍ତାରେ ଯାଉଥିବା ଏକ ବାଇକ ( ଓଡ଼ି ୨୩ ଏଚ୍ ୬୩୩୯) କୁ ଧକ୍କା ଦେବା ଫଳରେ ଉଭୟ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ତୁମ୍ବେକେଲା ଗ୍ରାମର ଦୁଇ ଭାଇ। ଜଣଙ୍କ ନାମ ଶାନ୍ତନୁ ଭଇଁଷା(୪୫) ଓ ଅନ୍ୟ ଜଣଙ୍କ ନାମ ଜଗନ୍ନାଥ ଭଇଁଷା (୪୨) ବୋଲି ଜଣା ପଡ଼ିଛି।

ଘଟଣା ସ୍ଥଳରେ ବଡ଼ମାଳ ପୁଲିସ ପହଞ୍ଚି ଟ୍ରଲରକୁ ଜବତ କରିଥିବା ବେଳେ ଟ୍ରାଇଭରକୁ ଅଟକ ରହିଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ସମ୍ବଲପୁର- ରାଉରକେଲା ଏକ୍ସପ୍ରେସ୍ ୱେକୁ ଅବରୋଧ କରିଥିବା ଜଣାଯାଇଛି।Body:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.