ଝାରସୁଗୁଡା: କୋରୋନା ଭାଇରସ କାରଣରୁ ବାହାର ଦେଶ, ରାଜ୍ୟ ଏବଂ ବାହାର ଜିଲ୍ଲାରୁ ଫେରୁଥିବା ଲୋକମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତା ମୂଳକ । ଏହାର ଅବଧି ପୁରା କରିସାରିବା ପରେ ନିଜ ଘରକୁ ଯିବାର ଅନୁମତି ରହିଛି । ତେବେ ଏଭଳି ସ୍ଥିତିରେ ଝାରସୁଗୁଡା ଜିଲ୍ଲା ରଘୁନାଥପାଲି ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଏକ ଅଘଟଣ ଘଟିଛି ।
ଗତ 12 ତାରିଖରୁ ସଙ୍ଗରୋଧରେ ରହୁଥିବା ଜଣେ ମହିଳାଙ୍କର ଗତକାଲି(ରବିବାର) ବିଳମ୍ବିତ ରାତିରେ ମୃତ ଘଟିଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ । କୋଭିଡ ଗାଇଡଲାଇନ ଅନୁଯାୟୀ ମୃତ ମହିଳାଙ୍କ ସତ୍କାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଛି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ