ETV Bharat / state

ଏଟିଏମରେ ଟଙ୍କା ସହ ନାଗରାଜ - a snake found in atm machine

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ତାରିଣୀ ମନ୍ଦିର ଛକ ସ୍ଥିତ ଏଟିଏମ ଭିତରେ ଗୋଟେ ନାଗସାପ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

atm machine
ଏଟିଏମରେ ନାଗସାପ
author img

By

Published : Mar 4, 2020, 2:55 PM IST

ଝାରସୁଗୁଡ଼ା: ଏଟିଏମ ଭିତରେ ନାଗରାଜ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ତାରିଣୀ ମନ୍ଦିର ଛକ ସ୍ଥିତ ଏଟିଏମ ଭିତରୁ ଗୋଟେ ନାଗସାପ ଦେଖିବାକୁ ମିଳିଛି । ବୁଧବାର ସକାଳେ ଏଟିଏମକୁ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି ।

ଅଧିକାରୀ ଜଣକ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ମେସିନ ଖୋଲିଥିଲେ । ତେବେ ହଠାତ ମେସିନ ଖୋଲିବା ପରେ ଟଙ୍କା ସହ ଏକ ନାଗସାପ ଥିବା ସେ ଦେଖିବାକୁ ପାଇଥିଲେ। ଅଧିକାରୀ ଜଣଙ୍କ ଏହାକୁ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ଉଦ୍ଧାରକାରୀଙ୍କୁ ଡକାଯାଇ ସାପକୁ ଉଦ୍ଧାର କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.