ଝାରସୁଗୁଡା: ଖୁବଶୀଘ୍ର ରୂପେଲି ପରଦାକୁ ଆସିବ ଝାରସୁଗୁଡା ଡବଲ ମର୍ଡର ଘଟଣା। ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କ ଭୂମିକାଙ୍କୁ ପରଦାରେ ଦେଖିପାରିବେ ଲୋକେ। ଓଡ଼ିଆ ଫିଲ୍ମ ନିର୍ମାତା ଶ୍ରୀଧର ମାର୍ଥା ଏହି ଫିଲ୍ମ ତିଆରି କରିବେ। ରେଞ୍ଜ ରୟାଲ ସିନେ ଲଭ ବ୍ୟାନରରେ ତିଆରି ହେବ ଚଳଚ୍ଚିତ୍ର।
ଏନେଇ ଘୋଷଣା କରିଛନ୍ତି ପ୍ରାଯୋଜନା ସଂସ୍ଥା। ଅଭିନୟରେ କିଏ ରହିବେ ଆଉ ନିର୍ଦେଶନା କିଏ ଦେବେ ତାହା ସ୍ପଷ୍ଟ ହୋଇନି। ନିକଟରେ ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିଥିଲା ଏହି ସଂସ୍ଥା।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ